Latest Odisha News

BREAKING NEWS

ଜାମ୍ମୁ ଟ୍ୱିନ୍ ବିସ୍ଫୋରଣରେ ୬ ଜଣ ଆହତ

ଶ୍ରୀନଗର :  ଜମ୍ମୁର ନରଓ୍ବାଲ ଅଞ୍ଚଳରେ ଘଟିଥିବା ଦୁଇଟି ବିସ୍ପୋରଣରେ ୬ ଜଣ ଆହତ । ଏନେଇ ସୂଚନା ଦେଇଛନ୍ତି  ଜମ୍ମୁ ଜୋନ ଏଡିଜି ମୁକେଶ ସିଂ । ଗ୍ରେଟର କାଶ୍ମୀରରେ ହୋଇଛି ବିସ୍ଫୋରଣ । ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ବୋଲି ପୋଲିସ କହିଛି।

ଏହାଛଡ଼ା  ଫୋରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ଅଛନ୍ତି। ନରଓ୍ବାଲ ଅନ୍ତର୍ଗତ ଟ୍ରାନ୍ସପୋର୍ଟ ନଗରର ଓ୍ବାର୍ଡ ନମ୍ବର ୭ରେ ହୋଇଛି ବିସ୍ଫୋରଣ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା କୁହାଯାଉଛି।

ବିସ୍ଫୋରଣ ପରେ ଏହି ଅଞ୍ଚଳକୁ କର୍ଡନ ଭିତରେ ରଖାଯାଇଛି ଏବଂ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ତେବେ ବିସ୍ଫୋରଣର କାରଣ ଜାଣିବାକୁ  ଛାନଭିନ ଜାରି ରହିଛି।

Leave A Reply

Your email address will not be published.