Latest Odisha News

BREAKING NEWS

କିପରି ତିଆରି ହୁଏ ନୁଡୁଲ୍ସ ? ଏହି ଭିଡିଓ ଦେଖିବା ପରେ ବନ୍ଦ କରିଦେବେ ଖାଇବା

ଚାଇନିଜ୍ ଖାଇବା କଥା ଆସିଲେ ଆଗ ନୁଡୁଲ୍ସ କଥା ମନରେ ଆସିଥାଏ । ଯାହା ଛୁଆଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ବେଶ୍ ପସନ୍ଦ । ଆପଣମାନେ ଏହି ଭିଡିଓ ଦେଖିବା ପରେ ହୁଏତ ନୁଡୁଲ୍ସ ପ୍ରତି ଆପଣଙ୍କ ମନ ବଦଳିପାରେ।  ରାସ୍ତା କଡ଼ରେ ବିକ୍ରି ହେଉଥିବା ନୁଡୁଲ୍ସ କିପରି ତିଆରି ହୁଏ ତାହା ଏହି ଭିଡଓରେ ଦେଖାଯାଇଛି ।  ପିଏଫସି କ୍ଲବର ପ୍ରତିଷ୍ଠାତା ଚିରାଗ ବଡଜାତ୍ୟା ଟ୍ୱିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି।  ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ଭାଇରାଲ ଭିଡିଓଟି ହେଉଛି ଏକ ନୁଡୁଲ ତିଆରି କାରଖାନାର । ଭିଡିଓରେ ଦେଖାଯାଇଛି ପ୍ରଥମେ ମଇଦାକୁ ଗୋଳାଇ ଏକ ଯନ୍ତ୍ର ସାହାଯ୍ୟରେ ପତଳା ସୂତାରେ କାଟିବା ପରେ, ନୁଡୁଲ୍ସ ଥଣ୍ଡା ହେବା ଯାଏ ତଳେ ପକାଯାଇଛି । ଏଠାରେ କାମ କରୁଥିବା ଶ୍ରମିକମାନେ ଗ୍ଲୋବସ୍ ନ ପିନ୍ଧି ଅପରିସ୍କାର ଭାବେ କାମ କରୁଛନ୍ତି।

ଭିଡିଓର କ୍ୟାପସନରେ ଲେଖାହୋଇଛି, “ଶେଷ ଥର ପାଇଁ ଆପଣ କେବେ ସେଜୱାନ୍ ସସ୍ ସହିତ ଚାଇନିଜ୍ ହକ୍କା ନୁଡୁଲ୍ସ ଖାଇଥିଲେ?”

ଏହାକୁ ଦେଖି କମେଣ୍ଟରେ ଜଣେ ଲେଖିଛନ୍ତି, “ସମଗ୍ର ପ୍ରକ୍ରିୟା ଏହାଠାରୁ ଅଧିକ ମଇଳା ହୋଇଥାଇପାରେ । ଯଦି ଏହି କାରଖାନା ଚାଲୁଛି, ତେବେ ଏହାକୁ ବନ୍ଦ କରିବା ଅତ୍ୟନ୍ତ ଆବଶ୍ୟକ।” ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ଆପଣ ଖାଉଥିବା ଅନେକ ଜିନିଷର ପଦ୍ଧତି ସମାନ ହେବ ଯଦି ସେଗୁଡିକ ବଡ ବ୍ରାଣ୍ଡ୍ ଦ୍ୱାରା ପ୍ରସ୍ତୁତ ନ ହୋଇଥିବ । ଗୁପଚୁପ, ସେଭ୍ ପୁରୀ, ସ୍ୟାଣ୍ଡୱିଚ୍ ଇତ୍ୟାଦି ପାଇଁ ସମାନ ପଦ୍ଧତିରେ ତିଆରି ହୋଇଥାଏ  ।

Leave A Reply

Your email address will not be published.