Latest Odisha News

ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ସିକନ୍ଦରାବାଦ:ଜଳିଗଲାଳ ୩ ମହଲା କୋଠା । କୋଠା ସହ ଜୀବନ୍ତ ଦଗ୍ଧ ହୋଇଗଲେ ୬ । ଏପରି ହୃଦୟଥରା ଘଟଣା ଘଟିଛି ତେଲେଙ୍ଗାନାର ସିକନ୍ଦରାବାଦରେ । ସିକନ୍ଦରାବାଦର  ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୮ ମହଲା ବିଲ୍ଡିରେ  ଗତକାଲି ରାତିରେ ନିଆଁ ଲାଗି ଯାଇଛି । କୋଠା ଭିତରେ ଥିବା ୪ଜଣ ଯୁବତୀ ଓ ୨ଜଣ ଯୁବକ ଜୀବନ୍ତ ଜଳି ଯାଇଥିବାବେଳେ  ଅଗ୍ନିଶମ କର୍ମଚାରୀ ସେମାନଙ୍କ ଦଗ୍ଧ ଶରୀରକୁ ଉଦ୍ଧାର କରିଛନ୍ତି । ତେବେ ଅନ୍ୟ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ  ୮ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।  ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କୋଠାର ତୃତୀୟ ମହଲାରୁ ପ୍ରଥମେ ନିଆଁ ବାହାରିଥିଲୂା । ନିଆଁ କ୍ରମେ ଉପରକୁ ଉଠି ଚାରିଆଡ ଧୂଆଁମୟ ହୋଇଯାଇଥିଲା । ଏହି ଆପର୍ଟମେଣ୍ଟରେ ଅନେକ ଅଫିସ ଥିବାବେଳେ ଅନେକ ଫ୍ଲଟରେ ଲୋକ ରହୁଥିଲେ ।ଭିତରେ ଥିବା ଲାେକେ ଭୟରେ ଧାଇଁ ପଳାଇ ଆସିବାକୁ ଚେଷ୍ଟା କରିଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରିଥିଲା । ହେଲେ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହୋଇଥିଲା । ଅଗ୍ନିଶମ ବାହିନୀ ଉପର ମହଲାର କାନ୍ଥ ଭାଙ୍ଗି ଗୋଟିଏ ରୁମରେ ଫସି ରହିଥିବା କିଛି ଲାେକଙ୍କୁ ଉଦ୍ଧାର କରିଥିଲେ ।

ପ୍ରାୟ ୪ ଘଣ୍ଟାର ଅପରେଶନ ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା । କୋଠା ଭିତରୁ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ସମସ୍ତ ମୃତକଙ୍କ ବୟସ ପ୍ରାୟ ୨୦ ହେବ  । ସମସ୍ତେ  ଏକ ଅଫିସରେ ବସି କାମ କରୁଥିବାବେଳେ ବାହାରି ପାରି ନ ଥିଲେ । ଅଣନିଃଶ୍ୱାସୀ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

Comments are closed.