Latest Odisha News

BREAKING NEWS

ଟାଟା ନାନୋକୁ ସୋଲାର କାରରେ ବଦଳାଇଦେଲେ ଏହି ବ୍ୟକ୍ତି, ମାତ୍ର ୩୦ ଟଙ୍କା ଖର୍ଚ୍ଚରେ ଯାଇପାରୁଛନ୍ତି ୧୦୦ କିଲୋମିଟର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ସରକାର ମଧ୍ୟ ବୈଦ୍ୟୁତିକ ଯାନକୁ କିଭଳି ଅଧିକରୁ ଅଧିକ ଚଳାଇହେବ ସେନେଇ ବିଭିନ୍ନ ଯୋଜନା କରୁଛନ୍ତି । ରୋଡ ଟ୍ୟାକ୍ସ ଛାଡ ସହ ସବସିଡି ଦେଇ ଲୋକଙ୍କୁ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ ସରକାର ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଚାର୍ଜିଂ ଷ୍ଟେସନ ନଥିବାରୁ ଅଧିକାଂଶ ଲୋକ ଇଲେକ୍ଟ୍ରିକ ଗାଡି କିଣିବାକୁ ପଛଘୁଞ୍ଚା ଦେଉଛନ୍ତି । ତେବେ ଏହାରି ଭିତରେ ପଶ୍ଚିମବଙ୍ଗର ବାଙ୍କୁଡାର ଜଣେ ବ୍ୟବସାୟୀ ଏବେ ଏଭଳି ଏକ କାରନାମା କରି ଦେଖାଇଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ ମନୋଜିତ୍ ମଣ୍ଡଳ ନାମକ ବ୍ୟବସାୟୀ ଜଣକ ନିଜର ନାନୋ କାରକୁ ସୋଲାର କାରରେ ପରିବର୍ତ୍ତନ କରିଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଏହି କାରରେ ପେଟ୍ରୋଲ ଆବଶ୍ୟକ ହେଉନଥିବାବେଳେ ଏହାର ଛାତ ଉପରେ ସୌର ପ୍ୟାନେଲ ଲଗାଯାଇଛି ।

ନିଜ ନାନୋ କାର ଭିତରେ ସେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟାଟେରୀ ସହ ଇଂଜିନ ବଦଳରେ ମୋଟର ବ୍ୟବହାର କରିଛନ୍ତି । ଏହି କାରରେ ପେଟ୍ରୋଲ ଆବଶ୍ୟକ ହେଉନଥିବାବେଳେ ବର୍ତ୍ତମାନ ୧୦୦ କିଲୋମିଟର ପର୍ଯ୍ୟନ୍ତ କାର ଚଳାଇବା ପାଇଁ ମାତ୍ର ୩୦ ଟଙ୍କା ଖର୍ଚ୍ଚ ହେଉଥିବାର ସେ କହିଛନ୍ତି । ବର୍ତ୍ତମାନ ଏହି କାର ପ୍ରଦୂଷଣ ମଧ୍ୟ କରୁନଥିବାବେଳେ ବଢୁଥିବା ପେଟ୍ରୋଲ ଦରକୁ ନେଇ ଅସନ୍ତୁଷ୍ଟ ହୋଇ ସେ ଏହା କରିଥିବାର କହିଛନ୍ତି । ସେ କହିଛନ୍ତି ଯେ ପେଟ୍ରୋଲ କାରକୁ ସୋଲାର କାରରେ ବଦଳାଇବା ପରେ ବି କାରର ବେଗରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Leave A Reply

Your email address will not be published.