Latest Odisha News

BREAKING NEWS

ମିସିସିପିରେ ସିରିଜ୍‌ ଗୁଳିକାଣ୍ଡ: ୬ ନିହତ

ମିସିସିପି: ମିସିସିପି ନିକଟ ଟେଟ୍‌ କାଉଣ୍ଟିରେ ଶୁକ୍ରବାର ସିରିଜ୍‌ ଗୁଳିକାଣ୍ଡ ଘଟିଛି। ଘଟଣାରେ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା CNN ରିପୋର୍ଟରେ କୁହାଯାଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।
ଗୁଳିକାଣ୍ଡ ଆର୍କାବୁଟ୍‌ଲା କମ୍ୟୁନିଟି ମଧ୍ୟରେ ଘଟିଛି। ସେଥିରୁ ଗୋଟିଏ ଗୁଳିକାଣ୍ଡ ଆର୍କାବୁଟ୍‌ଲା ରୋଡ୍‌ରେ ଥିବା ଗୋଟିଏ ଷ୍ଟୋର୍‌ ଭିତରେ ଘଟିଛି। ଉକ୍ତ ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଟେଟ୍‌ କାଉଣ୍ଟି ସେରିଫ୍‌ ବ୍ରାଡ୍‌ ଲାନ୍‌ସ୍‌ କହିଛନ୍ତି ।
ସେହିପରି, ଜଣେ ମହିଳାଙ୍କର ଆର୍କାବୁଟ୍‌ଲା ଡ୍ୟାମ୍‌ ରୋଡ୍‌ସ୍ଥିତ ଘରେ ମୃତ୍ୟୁ ଘଟିଛି । ଏଥିରେ ନିହତ ମହିଳାଙ୍କ ସ୍ବାମୀ ଆହତ ହୋଇଛନ୍ତି। କିନ୍ତୁ, ସ୍ବାମୀଙ୍କୁ ଗୁଳି ମରାଯାଇଥିଲା କି, ନାହିଁ, ଜଣାପଡ଼ିନାହିଁ।
ଗିଳିକାଣ୍ଡ ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆର୍କାବୁଟ୍‌ଲା ଡ୍ୟାମ୍‌ ରୋଡ୍‌ ତାଙ୍କ ଗାଡି ସହ ଗିରଫ କର ଯାଇଛି। ତେବେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ।

Comments are closed.