Latest Odisha News

BREAKING NEWS

କଥାକାର ଜଗଦୀଶ ମହାନ୍ତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍ ତରଫରୁ ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କ ଜୟନ୍ତୀ ସ୍ଥାନୀୟ ରେଡକ୍ରସ ଭବନଠାରେ ପାଳିତ ହୋଇଯାଇଛି। ସରୋଜିନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କଥାକାର ଯଶୋଧାରା ମିଶ୍ର ମୁଖ୍ୟ ଅତିଥି ଭାବରେ ଏବଂ ଗାଳ୍ପିକା ତଥା ସମାଲୋଚିକା କବିତା ବାରିକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସାରସ୍ୱତ କୃତି ଉପରେ ଆଲୋଚନା କରିଥିଲେ। ଏହା ସହ ଯୁବ ଲେଖିକା ବିଜୟଲକ୍ଷ୍ମୀ ସାମନ୍ତରାୟ ଜଗଦୀଶ ମହାନ୍ତିଙ୍କ ଏକ ଗଳ୍ପର ନାଟକୀୟ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଲେଖିକା ପୁଷ୍ପାଞ୍ଜଳି ନାୟକଙ୍କୁ ଓ ଯୁବ ଲେଖକ ସୁଶୀଳ ପ୍ରଧାନଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟର ସମ୍ପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍ସବ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଲେଖକ ପାଠକପାଠିକା, ସମ୍ପାଦକ, ପ୍ରକାଶକ ଯୋଗ ଦେଇଥିଲେ।

Leave A Reply

Your email address will not be published.