Latest Odisha News

BREAKING NEWS

ଦାସ୍ତାନ ଏ କାବୁଲର ନୂଆ ମରିୟମ୍, ତୁନିଷାଙ୍କ ସ୍ଥାନ ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଧାରାବାହିକ ଅଲିବାବା: ଦାସ୍ତାନ ଏ କାବୁଲରେ  ଅଭିନୟ କରୁଥିବା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ପରେ ଏବେ ଜେଲରେ ଅଛନ୍ତି ପୂର୍ବ ପ୍ରେମିକ ଶିଜାନ ଖାନ୍ । ତେବେ ଏ ଘଟଣା ପରେ  ଲୋକପ୍ରିୟ ସୋ’ ଅଲିବାବା: ଦାସ୍ତାନ ଏ କାବୁଲରୁ ତାଙ୍କୁ ହଟାଯାଇଥିବା ବେଳେ ଏବେ ତାଙ୍କ ସ୍ଥାନ ନେଇଛନ୍ତି ଅଭିନେତା ଅଭିଷେକ ନିଗମ। ଅଭିଷେକ ଶିଜାନଙ୍କ ସ୍ଥାନ ନେବା ପରେ ଏବେ ତୁନିଶାଙ୍କ ସ୍ଥାନ ନେଇଛନ୍ତି ମନୁଲ ଚୁଡ଼ାସମା। ସେ ଏବେ ଅଲିବାବା: ଦାସ୍ତାନ ଏ କାବୁଲରେ ମରିୟମ ଚରିତ୍ରରେ ନଜର ଆସିବେ।

ମନୁଲ ‘ଏକ ଥି ରାନୀ, ଏକ ଥା ରାବଣ’ରୁ ଅଭିନୟ ଦୁନିଆରେ ପାଦ ରଖିଥିଲେ । ପରେ ପରେ ‘ବ୍ରିଜ୍ କେ ଗୋପାଳ’ ଏବଂ ‘ତେନାଲି ରାମା’ ଭଳି ସୋ’ରେ ମଧ୍ୟ ଅଭିନୟ କରିଛନ୍ତି। ସେ ‘ବ୍ରିଜ୍ କେ ଗୋପାଳ’ରେ ରାଧାଙ୍କ ଚରିତ୍ରରେ ନଜର ଆସିଥିଲେ । ହେଲେ ଟିଆରପି କମ୍ ଥିବାରୁ ଏହି ସୋ’  ବର୍ଷେ ପରେ ବନ୍ଦ ହୋଇଥିଲା । ଏବେ ତାଙ୍କୁ ବଡ଼ ସୁଯୋଗ ମିଳିଛି। ତୁନିଶାଙ୍କ ମୃତ୍ୟୁ ପରେ ତାଙ୍କୁ ମରିୟମ ଚରିତ୍ର ପାଇଁ ନିର୍ମାତା ବାଛିଛନ୍ତି। ତେବେ ମନୁଲଙ୍କୁ ମରିୟମ ଭାବେ ଦର୍ଶକ ଗ୍ରହଣ କରିପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.