ବ୍ରହ୍ମପୁର: ଜଣେ ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ମାସ ମାସ ଧରି ଜମା ରଖିଥିବା ତାଙ୍କ ପେନସନ ଆକାଉଣ୍ଟକୁ ସାଇବର ଠକମାନେ ୧୦ ଦିନ ଭିତରେ ଖାଲି କରିଦେଇଛନ୍ତି। ଠକେଇର ଶିକାର ହୋଇଥିବା ବରିଷ୍ଠ ନାଗରିକ ଜଣଙ୍କ ହେଲେ ବ୍ରହ୍ମପୁର ପୁରୁଣା ଖ୍ରୀଷ୍ଟିୟାନ ସାହିର ସୁକାନ୍ତ କୁମାର ପାତ୍ର। ଘଟଣାକୁ ନେଇ ସୁକାନ୍ତ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାପ୍ରକାରେ, ସୁକାନ୍ତ ବ୍ୟାଙ୍କ ଆକାଉଣ୍ଟକୁ ପେନସନ ଟଙ୍କା ଆସିବା ପରେ ପ୍ରତ୍ୟେକ ମାସରେ ତାଙ୍କ ମୋବାଇଲକୁ ବ୍ୟାଙ୍କ ପକ୍ଷରୁ ମେସେଜ ଆସୁଥିଲା। ହେଲେ ଚଳିତ ମାସରେ ମୋବାଇଲକୁ ମେସେଜ ନଆସିବାରୁ ସୁକାନ୍ତ ସନ୍ଦେହ କରି ନିଜ ବ୍ୟାଙ୍କକୁ ଯାଇ ପଚରାଉଚରା କରିଥିଲେ। ବ୍ୟାଙ୍କ ପାସବୁକ ଅପେଡଟ କରିବା ପରେ ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୩ ହଜାର ୩୦୧ ଟଙ୍କା କଟି ଯାଇଥିବା ସେ ଜାଣିବାକୁ ପାଇଥିଲେ। ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ୧୧ଟି ବେଆଇନ ନେଣଦେଣ ଜରିଆରେ ଏହି ଟଙ୍କା କଟିଥିବା ଜଣାପଡ଼ିଥିଲା। ୨୨ ତାରିଖରେ ୫୦୦ ଟଙ୍କା କଟିଥିବା ବେଳେ ୨୩ ତାରିଖରେ ଦୁଇଟି ନେଣଦେଣ ଜରିଆରେ ଲକ୍ଷେ ଟଙ୍କା, ୨୪ ତାରିଖରେ ୩ଟି ନେଣଦେଣ ଜରିଆରେ ଲକ୍ଷେ ଟଙ୍କା ଓ ଏହାପରେ ୧ ତାରିଖ ଯାଏଁ ପ୍ରତ୍ୟେକ ଦିନ ୧ ଲକ୍ଷ େଲଖାଏଁ କଟିଥିବା ସୁକାନ୍ତ ଜାଣିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନେଣଦେଣ ବନ୍ଦ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ବଡକଥା ହେଲା ୧୦ ଦିନ ଭିତରେ ୧୧ଟି ବେଆଇନ ନେଣଦେଣ ଜରିଆରେ ଟଙ୍କା କଟି ଚାଲିଥିଲେ ମଧ୍ୟ ସୁକାନ୍ତଙ୍କ ନିକଟକୁ ଗୋଟିଏ ବି ମେସେଜ ଆସିନଥିଲା। ସୁକାନ୍ତ ନିଜ ମୋବାଇଲରେ କୌଣସି ପେମେଣ୍ଟ ଆପ୍ କିମ୍ବା ଅନଲାଇନ ନେଣଦେଣ କରୁନାହାନ୍ତି। ସେହିପରି ପେନସନ ଟଙ୍କା ଆସୁଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟର ନେଟ ବ୍ୟାଙ୍କିଙ୍ଗ ମଧ୍ୟ ନାହିଁ। ତାଙ୍କ ମୋବାଇଲକୁ କୌଣସି ଅଜଣା ନମ୍ବରରୁ କେବେ ମେସେଜ କିମ୍ବା କଲ ଆସିନାହିଁ। ଏପରିକି ସେ କାହାକୁ ଓଟିପି କିମ୍ବା ନିଜ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଧ୍ୟ ଦେଇନାହାନ୍ତି। ତଥାପି ତାଙ୍କ ଆକାଉଣ୍ଟରୁ ଏତେ ଟଙ୍କା କେଉଁ ପରିସ୍ଥିତିରେ କଟିଲା ତାକୁ ନେଇ ସେ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି।
BREAKING NEWS
- Spain Train Accident: ଭୟଙ୍କର ଟ୍ରେନ ଦୁର୍ଘଟଣା; ୨୧ ଯାତ୍ରୀ ମୃତ, ଅନେକ ଗୁରୁତର
- BJP National President Election: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଭରିବେ ନୀତିନ ନବୀନ
- Dolphin Count: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା
- Bus Services: ୫ ଦିନ ପରେ ସ୍ବାଭାବିକ ହେଲା ବସ୍ ଚଳାଚଳ
- ପୁଣି ବାଣ ଛାଡ଼ିଲେ ଶ୍ରୀମୟୀ, ‘ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!’
- Karnataka CM Race: କର୍ଣ୍ଣାଟକରେ କ୍ଷମତା ସଂଘର୍ଷ ଜାରି, ରାହୁଲଙ୍କୁ ଭେଟିବା ପରେ କ’ଣ କହିଲେ ଶିବକୁମାର?
- J&K Encounter: ସେନା-ଆତଙ୍କବାଦୀ ଏନକାଉଣ୍ଟର: ୮ ଜଣ ଯବାନ ଆହତ, ଅପରେସନ ଜାରି
- ମାଫିଆଙ୍କ ପାଇଁ ବିପଦ ଘଣ୍ଟି; ବେଆଇନ କାରବାର କଲେ ଘରେ ପହଞ୍ଚିବ ଇଡି: ମନ୍ତ୍ରୀ
- Human Trafficking: ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ: ୧୨ଶିଶୁ ଉଦ୍ଧାର, ୧୫ ଗିରଫ
- ଆଇଆଇଟି ମାଡ୍ରାସର ବଡ଼ ସଫଳତା: ୭୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ ସ୍ୱଦେଶୀ ତୋପ ସେଲ୍, ସେନାକୁ କରିବ ମଜବୁତ…
Comments are closed.