ବ୍ରହ୍ମପୁର: ଜଣେ ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ମାସ ମାସ ଧରି ଜମା ରଖିଥିବା ତାଙ୍କ ପେନସନ ଆକାଉଣ୍ଟକୁ ସାଇବର ଠକମାନେ ୧୦ ଦିନ ଭିତରେ ଖାଲି କରିଦେଇଛନ୍ତି। ଠକେଇର ଶିକାର ହୋଇଥିବା ବରିଷ୍ଠ ନାଗରିକ ଜଣଙ୍କ ହେଲେ ବ୍ରହ୍ମପୁର ପୁରୁଣା ଖ୍ରୀଷ୍ଟିୟାନ ସାହିର ସୁକାନ୍ତ କୁମାର ପାତ୍ର। ଘଟଣାକୁ ନେଇ ସୁକାନ୍ତ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାପ୍ରକାରେ, ସୁକାନ୍ତ ବ୍ୟାଙ୍କ ଆକାଉଣ୍ଟକୁ ପେନସନ ଟଙ୍କା ଆସିବା ପରେ ପ୍ରତ୍ୟେକ ମାସରେ ତାଙ୍କ ମୋବାଇଲକୁ ବ୍ୟାଙ୍କ ପକ୍ଷରୁ ମେସେଜ ଆସୁଥିଲା। ହେଲେ ଚଳିତ ମାସରେ ମୋବାଇଲକୁ ମେସେଜ ନଆସିବାରୁ ସୁକାନ୍ତ ସନ୍ଦେହ କରି ନିଜ ବ୍ୟାଙ୍କକୁ ଯାଇ ପଚରାଉଚରା କରିଥିଲେ। ବ୍ୟାଙ୍କ ପାସବୁକ ଅପେଡଟ କରିବା ପରେ ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୩ ହଜାର ୩୦୧ ଟଙ୍କା କଟି ଯାଇଥିବା ସେ ଜାଣିବାକୁ ପାଇଥିଲେ। ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ୧୧ଟି ବେଆଇନ ନେଣଦେଣ ଜରିଆରେ ଏହି ଟଙ୍କା କଟିଥିବା ଜଣାପଡ଼ିଥିଲା। ୨୨ ତାରିଖରେ ୫୦୦ ଟଙ୍କା କଟିଥିବା ବେଳେ ୨୩ ତାରିଖରେ ଦୁଇଟି ନେଣଦେଣ ଜରିଆରେ ଲକ୍ଷେ ଟଙ୍କା, ୨୪ ତାରିଖରେ ୩ଟି ନେଣଦେଣ ଜରିଆରେ ଲକ୍ଷେ ଟଙ୍କା ଓ ଏହାପରେ ୧ ତାରିଖ ଯାଏଁ ପ୍ରତ୍ୟେକ ଦିନ ୧ ଲକ୍ଷ େଲଖାଏଁ କଟିଥିବା ସୁକାନ୍ତ ଜାଣିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନେଣଦେଣ ବନ୍ଦ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ବଡକଥା ହେଲା ୧୦ ଦିନ ଭିତରେ ୧୧ଟି ବେଆଇନ ନେଣଦେଣ ଜରିଆରେ ଟଙ୍କା କଟି ଚାଲିଥିଲେ ମଧ୍ୟ ସୁକାନ୍ତଙ୍କ ନିକଟକୁ ଗୋଟିଏ ବି ମେସେଜ ଆସିନଥିଲା। ସୁକାନ୍ତ ନିଜ ମୋବାଇଲରେ କୌଣସି ପେମେଣ୍ଟ ଆପ୍ କିମ୍ବା ଅନଲାଇନ ନେଣଦେଣ କରୁନାହାନ୍ତି। ସେହିପରି ପେନସନ ଟଙ୍କା ଆସୁଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟର ନେଟ ବ୍ୟାଙ୍କିଙ୍ଗ ମଧ୍ୟ ନାହିଁ। ତାଙ୍କ ମୋବାଇଲକୁ କୌଣସି ଅଜଣା ନମ୍ବରରୁ କେବେ ମେସେଜ କିମ୍ବା କଲ ଆସିନାହିଁ। ଏପରିକି ସେ କାହାକୁ ଓଟିପି କିମ୍ବା ନିଜ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଧ୍ୟ ଦେଇନାହାନ୍ତି। ତଥାପି ତାଙ୍କ ଆକାଉଣ୍ଟରୁ ଏତେ ଟଙ୍କା କେଉଁ ପରିସ୍ଥିତିରେ କଟିଲା ତାକୁ ନେଇ ସେ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି।
BREAKING NEWS
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
- ଭାମଶୀଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ
Comments are closed.