Latest Odisha News

BREAKING NEWS

ବାରମ୍ବାର ବିଶ୍ୱାସଘାତ, ତଥାପି ବଢୁଛି ବାଣିଜ୍ୟିକ କାରବାର

ନୂଆଦିଲ୍ଲୀ: ଗଲୱାନ ପରେ ତୱାଙ୍ଗ । ପଡ଼ୋଶୀ ସହ ବଢ଼ୁଛି ତିକ୍ତତା । ତଥାପି ଚୀନ ଉପରେ ବେଶୀ ଭରସା ! ୨ ବର୍ଷ ତଳେ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କରେ ଭଟ୍ଟା ଆସିଛି । ଗଲୱାନ ଘଟଣା ପରେ ଚୀନର କାରବାରକୁ ନେଇ ଭାରତ ଅନେକ ପ୍ରତିବନ୍ଧକ ଲଗାଇଛି । ଏବେ ପୁଣି ଥରେ ଅରୁଣାଚଳର ତୱାଙ୍ଗ ସୀମାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ନୂଆ ପ୍ରତିବନ୍ଧକ ଲାଗୁ ପାଇଁ ବାଧ୍ୟ କରିପାରେ ।

୨୦୨୦ ପର ଠାରୁ ଦେଶରେ ବୟକଟ୍ ଚୀନ ନାରା ଜୋର୍ ଧରିଥିବା ବେଳେ ଚୀନ ସାମଗ୍ରୀକୁ ଛାଡ଼ି ଭାରତ କେତେ ମାତ୍ରାରେ ଆତ୍ମନିର୍ଭର ଆସନ୍ତୁ ନଜର ପକାଇବା ।…

ସଂସଦରେ ସରକାର ଦେଇଥିବା ତଥ୍ୟ ହିଁ କହୁଛି ଭାରତୀୟ ବଜାରରୁ ଚୀନକୁ ମୂଳପୋଛ କରିବା କେତେ ମୁସ୍କିଲ୍ ? କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ଦେଶରେ ୧୭୪ଟି ଚୀନ କମ୍ପାନୀ ବିଦେଶୀ କମ୍ପାନୀ ଭାବେ ପଞ୍ଜିକୃତ ହୋଇଛନ୍ତି । ଖାଲି ଏତିକି ନୁହେଁ ଭାରତର ୩୫୬୦ଟି କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ଚୀନ ନାଗରିକ ।

ଏହି ତଥ୍ୟ ହିଁ କହୁଛି, ଭାରତରେ ଥିବା କମ୍ପାନୀ ଗୁଡ଼ିକ ଉପରେ ଚୀନର କେତେ ଦଖଲ ରହିଛି । ତେବେ ସରକାର ଦେଇଥିବା ତଥ୍ୟ ବାହାରେ ଅନେକ କମ୍ପାନୀ ଚୀନ ଦ୍ୱାରା ପରିଚାଳିତ ହେଉଥିବା ବେସରକାରୀ ଭାବେ କୁହା ଯାଉଛି ।

କେବଳ କମ୍ପାନୀ ନୁହେଁ ଭାରତ ଅନ୍ୟ କ୍ଷେତ୍ରରେ ମଧ୍ୟ ଚୀନ ଉପରେ ନିର୍ଭରଶୀଳ । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଅନୁସାରେ, ୨୦୦୩-୦୪ ମସିହାରେ ଚୀନରୁ ଭାରତ ପ୍ରାୟ ୪.୩୪ ଅରବ ଡଲାରର ଆମଦାନୀ କରୁଥିଲା । ଯାହାକି ୨୦୧୩-୧୪ରେ ବୃଦ୍ଧି ପାଇ ୫୧.୦୩ ଅରବ ଡଲାଇ ହୋଇଛି । ୧୦ ବର୍ଷରେ ଚୀନ ଉପରେ ଭାରତର ନିର୍ଭରତା ୧୦ ଗୁଣ ବଢ଼ିଛି । ୨୦୨୧-୨୨ରେ ଭାରତ-ଚୀନ ଠାରୁ ୯୪.୨ ଅରବ ଡଲାରର ଆମଦାନୀ କରିଛି ।

ଅର୍ଥାତ୍ ତଥ୍ୟ ହିଁ କହୁଛି, କେନ୍ଦ୍ରରେ କଂଗ୍ରେସ କିମ୍ବା ବିଜେପି କାହାର ବି ସରକାର ହେଉ ଚୀନ ଉପରେ ଭାରତର ନିର୍ଭରତା ପ୍ରତିବର୍ଷ ବଢ଼ି ବଢ଼ି ଚାଲିଛି । ୨୦୨୧-୨୨ରେ ଭାରତ ବିଦେଶରୁ କରିଥିବା ମୋଟ ଆମଦାନୀ ମଧ୍ୟରେ ଚୀନର ଭାଗ ୧୫ ପ୍ରତିଶତ ରହିଛି । ଏହିଭଳି ଭାବେ ଚୀନରୁ ଆମଦାନୀ ବଢ଼ି ଚାଲିଲେ ୟୁପିଏ ସରକାରର ୧୦ ବର୍ଷ ଓ ଏନଡିଏ ସରକାରର ୧୦ ବର୍ଷରେ ଆମଦାନୀ ଦୁଇ ଥର ଦୁଇ ଗୁଣ ହୋଇ ଯିବ । ତେବେ ସୀମାରେ ଉତ୍ତେଜନା ଭିତରେ ଭାରତ-ଚୀନ ମଧ୍ୟରେ ଦ୍ୱିପାକ୍ଷିକ କାରବାର ୪୩.୩ ପ୍ରତିଶତ ବଢ଼ିଛି ।

Leave A Reply

Your email address will not be published.