Latest Odisha News

ଥାଇଲ୍ୟାଣ୍ଡରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ଗୁହାରି

ଭୁବନେଶ୍ବର: ଥାଇଲ୍ୟାଣ୍ଡରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଏବଂ ଭଦ୍ରକ ଜିଲ୍ଲାର ଚାନ୍ଦବାଲିର ଛଅ ଜଣ ଶ୍ରମିକ ଫସି ରହିଛନ୍ତି। ଆଉ ଏବେ ସେମାନଙ୍କୁ ସୁରକ୍ଷିତ ଭାବରେ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏକ ପ୍ଲାଏଉଡ୍ କାରଖାନାରେ ପ୍ରତ୍ୟେକଙ୍କୁ ୨୫,୦୦୦ ଟଙ୍କା ଦରମା, ମାଗଣା ରହିବା ଏବଂ ଖାଇବା ସୁବିଧା ସହିତ ଚାକିରି ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ଗତବର୍ଷ ଅଗଷ୍ଟରେ ସେମାନଙ୍କୁ କାମ ପାଇଁ ସେଠାକୁ ନିଆଯାଇଥିଲା। ତେବେ ସେମାନଙ୍କୁ ଗତ ଚାରି ମାସ ଧରି କୌଣସି ମଜୁରୀ ମିଳିନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏହାର  ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ନିଯୁକ୍ତିଦାତା ସେମାନଙ୍କ ପାସପୋର୍ଟକୁ ରଖିଦେବା ସହ ବକେୟା ଦରମା ଦାବି କଲେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବାର ଧମକ ଦେଉଥିବା ଖବର ମିଳିଛି। ଏଥିସହିତ ଗତ ଚାରି ଦିନ ଧରି ମେସ୍ ରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇ ନାହିଁ ଓ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ମଧ୍ୟ ଦିଆଯାଇନଥିବା କୁହାଯାଇଛି। ସେମାନଙ୍କ ବାସସ୍ଥାନରେ ୱାଇଫାଇ ମଧ୍ୟ ବନ୍ଦ କରିଦେଇଥିବା ସୂଚନା ମିଳିଛି। ତେବେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ସେଥିପାଇଁ ସେମାନେ ଅନ୍ୟମାନଙ୍କଠାରୁ ଇଣ୍ଟରନେଟ୍ ମାଗିକି ରେକର୍ଡ କରିଥିବା କହିଛନ୍ତି।

ଏହିପରି ସମାନ ଘଟଣା ୨୦୨୪ ମସିହାରେ ରିପୋର୍ଟ ହୋଇଥିଲା। ଯେତେବେଳେ କେନ୍ଦ୍ରାପଡାର ୧୨ ଜଣ ଶ୍ରମିକ ସେମାନଙ୍କ ପରିବାରକୁ ଏକ ଭିଡିଓ ପଠାଇଥିଲେ ଓ ସେମାନଙ୍କୁ ଥାଇଲ୍ୟାଣ୍ଡର ବାଙ୍ଗ ବୁଆ ଥଙ୍ଗରେ ଥିବା ଏକ ପ୍ଲାଏଉଡ୍ କାରଖାନାର ମାଲିକ ବନ୍ଦୀ କରି ରଖିଥିବା ସେମାନେ କହିଥିଲେ।

 

Leave A Reply

Your email address will not be published.