ହାଇଦ୍ରାବାଦ: ରାସ୍ତାକଡ଼ର କଲର୍ଭଟକୁ ଧକ୍କା ଦେଲା କାର୍ । ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ସିଡ୍ଡିପେଟ ଜିଲ୍ଲା ଅନ୍ତର୍ଗତ ମୁନିଗଡାପା ଅଞ୍ଚଳରେ ଏପରି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ବେମୁଲାୱାଡାରେ ଥିବା ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ପରିବାର ଲୋକେ । ମନ୍ଦିରରେ ଦର୍ଶନ କରିବା ପରେ ସେମାନେ ବିବି ନଗର ଯିବା ରାସ୍ତାରେ କାର୍ଟି ଭାରସାମ୍ୟ ହରାଇ ପ୍ରଥମେ ରାସ୍ତାକଡ଼ର କଲର୍ଭଟକୁ ଧକ୍କା ଦେଇଥିଲା। ପରେ କାର୍ଟି ନିର୍ମାଣଧିନ କେନାଲରେ ଖସି ପଡ଼ିଥିଲା।
ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ପହଞ୍ଚି କେନାଲ ଭିତରୁ କାର୍ଟିକୁ ବାହାର କରିଥିଲେ। ହେଲେ ସେତେବେଳେକୁ ସମସ୍ତଙ୍କ ମୃତ୍ୟୁ ହୋଇସାରିଥିଲା। କେନାଲରେ ପାଣି କମ ଥିଲେ ମଧ୍ୟ କାର୍ ଡୋର ଲକ ହୋଇଯିବାରୁ ଏଥିରେ ଥିବା ସମସ୍ତ ୬ ଜଣ ଲୋକ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ ପୋଲିସ ମାମଲା ରୁଜୁ କରିବା ସହ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।
Comments are closed.