Latest Odisha News

ସବୁ ଉପରେ ରହିବ ମୁଖ୍ୟମନ୍ତ୍ରୀଙ୍କ ନଜର, ବାଣ୍ଟିଲେ ଦାୟିତ୍ବ

ଭୁବନେଶ୍ବର: ବିଭିନ୍ନ ବିଭାଗ ଉପରେ ନଜର ରଖିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଟିକିଏ ଖଇଚା ଦେଖିଲେ ବାଜିବ ଛାଟ । ଏଥିପାଇଁ ବିଭିନ୍ନ ବିଭାଗ ଉପରେ ରିପୋର୍ଟ କରିବା ପାଇଁ ୬ ଅଧିକାରୀଙ୍କ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।

୬ ଅଫିସରଙ୍କ ମଧ୍ୟରେ ଆଇଏଏସ ନିକୁଞ୍ଜ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଥିବା ବେଳେ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ, ଜଳ ସମ୍ପଦ, ପୂର୍ତ୍ତ ବିଭାଗ ବଣ୍ଟନ କରାଯାଇଛି । ସେହିପରି ଆଇଏଏସ ଅନୁପମ ଶାହାଙ୍କୁ ରାଜସ୍ବ, ସୂଚନା, ଶିକ୍ଷା ଇତ୍ୟାଦି ବିଭାଗ ବଣ୍ଟାଯାଇଚି । ଏହାସହିତ ପ୍ରସନ୍ନ କୁମାର ଷଡଙ୍ଗୀ, ଚିତ୍ରସେନ ରାଉତ ଏବଂ ଉମେଶ ତ୍ରିପାଠୀଙ୍କୁ ମଧ୍ୟ ବାକି ଗୁରୁତ୍ବପୂର୍ଣ୍ଣ ବିଭାଗ ଉପରେ ତଦାରଖ କରିବା ପାଇଁ ନିଯୁକ୍ତି କରାଯାଇଛି । ଏହି ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବିଭାଗର ତଦାରଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ରିପୋର୍ଟ କରିବେ ।

Comments are closed.