Latest Odisha News

BREAKING NEWS

କୋଠା ଭୁଶୁଡ଼ି ୬ ମୃତ, ୨୮ରୁ ଉର୍ଦ୍ଧ୍ବ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ୨୮ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଦିଲ୍ଲୀ ଅଗ୍ନିଶମ ସେବାର ଟିମ୍ ଅନେକ ସମୟ ଧରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଅଗ୍ନିଶମ ବିଭାଗ ଅଧିକାରୀ ରାଜେନ୍ଦ୍ର ଅଟୱାଲ କହିଛନ୍ତି ଯେ, ଆମେ ରାତି ପ୍ରାୟ ୨ଟା ୫୦ ସମୟରେ ଏକ ଘର ଭୁଶୁଡ଼ି ପଡ଼ିବା ବିଷୟରେ ସୂଚନା ପାଇଲୁ । ଘଟଣାସ୍ଥଳରେ ପହଞ୍ଚି ଦେଖିଲୁ ଯେ ସମ୍ପୂର୍ଣ୍ଣ କୋଠାଟି ଭୁଶୁଡ଼ି ପଡ଼ିଛି ଏବଂ ଆମେ ଭଗ୍ନାବଶେଷ ତଳେ ଲୋକମାନେ ଫସି ରହିଥିବା ଜାଣିବାକୁ ପାଇଲୁ । ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ କାମ କରୁଛନ୍ତି ।

ମୁସ୍ତାଫାବାଦ ଅଞ୍ଚଳରେ କୋଠା ଭୁଶୁଡ଼ିବାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଏହା ଦେଖାଯାଉଛି ଯେ ମଧ୍ୟରାତ୍ରିରେ କୋଠାଟି ତାସ୍ ର ଘର ପରି ଭୁଶୁଡ଼ି ପଡ଼ିଛି । କୋଠାଟି ଭୁଶୁଡ଼ି ପଡ଼ିବା ସମୟରେ ଧୂଆଁମୟ ହୋଇଯାଇଥିଲା ସମଗ୍ର ଅଞ୍ଚଳ ।

Comments are closed.