Latest Odisha News

BREAKING NEWS

ସମବାୟ ସମିତିରୁ କୋଟିଏ ଟଙ୍କାର ଋଣ ଜାଲିଆତି ମାମଲାରେ ୬ ଗିରଫ

କଟକ: ଆଠଗଡ଼ ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ମାମଲାରେ ୬ ଜଣ ଗିରଫ । ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କା ଋଣ କରି ହଡ଼ପ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ସୂଚନା ଦେଇଛନ୍ତି ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ।

ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁଡ଼ିଝାଟିଆ ସୋସାଇଟିର ପିଅନ ପ୍ରବୋଧ ରଞ୍ଜନ ପରିଡ଼ା, ଆସିଷ୍ଟାଣ୍ଟ ସେକ୍ରେଟାରୀ ସଂଗ୍ରାମ କେଶରୀ ସାହୁ, ସେକ୍ରେଟାରୀ ବିଜୟ କୁମାର ଦାସ । ସେହିପରି ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର କ୍ଲର୍କ ଚିତ୍ରାନନ୍ଦ ଜେନା, ସୁପରଭାଇଜର ନିରଞ୍ଜନ ପରିଡ଼ା ଓ କ୍ୟାସିଅର ବାବାଜୀ ଚରଣ ପ୍ରଧାନଙ୍କୁ ବି ଗିରଫ କରାଯାଇଛି ।

ଅଭିଯୋଗ ହୋଇଥିଲା ଶହ ଶହ ଚାଷୀଙ୍କ ନାଁରେ ଏମାନେ ଜାଲିଆତି କରି ଗୁରୁଡ଼ିଝାଟିଆ ସମବାୟ ସମିତିରୁ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ କରିଛନ୍ତି । କାର୍ୟ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ । ଗୁରୁଡିଝାଟିଆ ଥାନାରେ ଏତଲା ହୋଇଥିଲା ।

Leave A Reply

Your email address will not be published.