Latest Odisha News

BREAKING NEWS

କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କଥା କହିଲେ ଡିଏମଇଟି

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ପ୍ରକୋପ କମିଥିବା ବେଳେ ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ବିଶେଷଜ୍ଞ ଆକଳନ କରୁଛନ୍ତି ଥାର୍ଡ ଓ୍ୱେଭରେ ପିଲାମାନେ ଅଧିକ ସଂକ୍ରମିତ ହେବେ । ସେପ୍ଟେମ୍ୱର କିମ୍ୱା ଅକ୍ଟୋବରରେ ପିକ୍ ନେଇ ବିଶେଷଜ୍ଞ ଆକଳନ କରୁଛନ୍ତି ।

ସେତେବେଳେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁପାରେ । ଯଦି ସେହିପରି ହୁଏ ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ହେବେ । ଏକଥା କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ଯାହା ଆବଶ୍ୟକ ସେ ତୁଳନାରେ ଅଧିକ ପ୍ରସ୍ତୁତି ହୋଇଛି । ପିଲାମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶିଶୁମାନଙ୍କର ଏବେ ସିଭିୟରିଟି ବେଶୀ ନାହିଁ । ଏବେ ରାଜ୍ୟରେ 18 ବର୍ଷ ଭିତରେ ଦୈନିକ ଶହେରୁ ଅଧିକ ଶିଶୁ ଓ କିଶୋର ସଂକ୍ରମିତ ହେଉଛନ୍ତି ।

Leave A Reply

Your email address will not be published.