Latest Odisha News

BREAKING NEWS

ଅକ୍ଟୋବର ସୁଦ୍ଧା ଶିଖର ଛୁଇଁପାରେ ତୃତୀୟ ଲହର

ନୂଆଦିଲ୍ଲୀ: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ (NIDM) ଅଧୀନରେ ଗଠିତ ଏକ ବିଶେଷଜ୍ଞ କମିଟି କୋଭିଡ୍‌-୧୯ର ତୃତୀୟ ତରଙ୍ଗକୁ ନେଇ ଚେତାବନୀ ଦେଇଛନ୍ତି। ଯାହା ଅକ୍ଟୋବରରେ ଶିଖର ଛୁଇଁପାରେ ବୋଲି ବିଶେଷଜ୍ଞ ଦଳ ଚେତାଇ ଦେଇଛନ୍ତି। ଏହା ପିଲାମାନଙ୍କ ଲାଗି ଅଧିକ ବିପଜନ୍ନକ ଥିବାରୁ ସେମାନଙ୍କ ଚିକିତ୍ସା ପ୍ରକ୍ରିୟାରେ ଅଧିକ ବିକଶିତ କରିବା ସହ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି।

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ ଗଠିତ କମିଟିର ରିପୋର୍ଟରେ ଦର୍ଶାଯାଇଛି ଯେ ପିଲାମାନଙ୍କ ସଂକ୍ରମଣର ଭୟ ଅଧିକ ଥିବାରୁ ସେମାନଙ୍କ ଲାଗି “ଶିଶୁ ଚିକିତ୍ସା ସୁବିଧା – ଡାକ୍ତର, କର୍ମଚାରୀ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଇତ୍ୟାଦି ଯନ୍ତ୍ରପାତି ଇତ୍ୟାଦି ପ୍ରସ୍ତୁତ ରଖାଯାଉ। ଏହି ଲହର ବହୁ ସଂଖ୍ୟକ ପିଲାଙ୍କୁ ସଂକ୍ରମଣ କରିପାରେ।

ରୋଗଗ୍ରସ୍ତ ପିଲାମାନଙ୍କ ମଧ୍ୟରେ ଟିକାକରଣକୁ ପ୍ରାଥମିକତା ଦେବା ଏବଂ ଭିନ୍ନକ୍ଷମଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ଏହି ରିପୋର୍ଟରେ କୁହାଯାଇଛି। ଏପରିକି “କଠୋର ହସ୍ତକ୍ଷେପ” ସହିତ ତୃତୀୟ ତରଙ୍ଗର ଅକ୍ଟୋବର ଶେଷ ସୁଦ୍ଧା ଶିଖର ଛୁଇଁପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.