Latest Odisha News

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ: ସିଲ ହେଲା ଏହି ସହରର ୬ଟି ଦୋକାନ

ବ୍ରହ୍ମପୁର: କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ସହରର ବିଭିନ୍ନ ସ୍ଥାନରେ ୬ ଟି ଦୋକାନକୁ ସିଲ୍ କରିଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁସାରେ, ଡ୍ରେସ ବଜାର, ସୁନା ବଜାର, ବଡ ବଜାର ସ୍ଥିତ ଏକ ହୋଟେଲ ଏବଂ ଅନ୍ନପୂର୍ଣ୍ଣା ମାର୍କେଟରେ ଡ୍ରେସ, ଫ୍ୟାନ୍ସି ସାମଗ୍ରୀ ଏବଂ ଅଳଙ୍କାର ବିକ୍ରୟ କରୁଥିବା ଦୋକାନଗୁଡିକ ସିଲ୍ କରାଯାଇଛି । ଏହାସହ ଦୋକାନ ମାଲିକଙ୍କଠାରୁ ୪୩,୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ଏହିସବୁ ସ୍ଥାନରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ବ୍ରହ୍ମପୁର ପୋଲିସ ୩୦୦୦ ଟଙ୍କା, ମାସ୍କ ପିନ୍ଧି ନଥିବାରୁ ୫୬୦୦ ଟଙ୍କା ଏବଂ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଗାଡି ମାଲିକଙ୍କ ଠାରୁ ୭୬,୦୦୦ ଟଙ୍କା ଜୋରିମାନା ମଧ୍ୟ ଆଦାୟ ହୋଇଛି।

Comments are closed.