Latest Odisha News

BREAKING NEWS

ପୁଅକୁ ହତ୍ୟା ପାଇଁ ବାପା ଦେଲା ସୁପାରୀ !

ଉତ୍ତରପ୍ରଦେଶ: ନିଜ ପୁଅ ବୋଲି ନିଜେ ହତ୍ୟା କରିପାରିନଥିଲା । ସେଥିପାଇଁ ସୁପାରୀ କିଲରଙ୍କୁ ଲଗାଇ ନିଜ ପୁଅକୁ ହତ୍ୟା କଲା ବାପା । ତେବେ ଅନ୍ୟ କୌଣସି କାରଣ ନୁହେଁ ବରଂ ନିଶା ପାଇଁ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମିରଟ ବାଘପାତ ଜିଲ୍ଲାର ଜଣେ ବ୍ୟକ୍ତି ନିଜ ୨୮ ବର୍ଷୀୟ ପୁଅକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି । ଏଥିପାଇଁ ଅଭିଯୁକ୍ତ ଜଣକ ସୁପାରୀ କିଲରଙ୍କ ସହାୟତା ନେଇଥିବା ଜଣାପଡିଛି । ହତ୍ୟା ପଛର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ କ୍ରିଷ୍ଣାପାଲ ସିଂ ଦେଢ ଲକ୍ଷ ଟଙ୍କାର ସୁପାରୀ ଦେଇ ପୁଅ ଗୌରଭ ଯାଦବକୁ ହତ୍ୟା କରାଇଥିଲା । ଗିରଫ ସୁପାରୀ କିଲର ମହମ୍ମଦ ଲିୟାକତ ଓ ମନୋଜ ଦୁଇ ସପ୍ତାହ ପବର୍ମରୁ ଗୌରଭକୁ ଗୁଳିକରି ହତ୍ୟା କରିଥିଲେ ।

ଯାଂଚରୁ ଜଣାପଡିଛି ପୁଅ ଗୌରଭର ନିଶାଭ୍ୟାସକୁ ନେଇ କ୍ରିଷ୍ଣାପାଲ ସିଂ ଅତିଷ୍ଠ ହୋଇପଡିଥିଲା । ନିଶା ସେବନ କରିବା ପରେ ଗୌରଭ ବିଭିନ୍ନ ଅପରାଧମୂଳକ ମାମଲାରେ ସଂପୃକ୍ତ ହେବା ସହ ପରିବାର ଲୋକଙ୍କୁ ମାରଧର କରୁଥିଲା । ଏପରିକି ସୁନାଗହଣା ସହ ପୈତୃକ ସମ୍ପତ୍ତି ମଧ୍ୟ ବିକ୍ରୟ କରିବାକୁ ପରିବାର ଲୋକଙ୍କ ଉପରେ ଚାପ ପକାଇ ଆସୁଥିଲା ।

ପୁଅର ଏପରି କାରନାମାକୁ ବାପା କ୍ରିଷ୍ଣାପାଲ ସହ୍ୟ କରିନପାରି ଶେଷରେ ନେଇଥିଲା ଚରମ ନିଷ୍ପତ୍ତି । ଗୌରଭକୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ମୃତଦେହକୁ ହସୱାଡା ଜଙ୍ଗଲରେ ପକାଇଦେଇଥିଲେ । ପରେ କ୍ରିଷ୍ଣାପାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ଶେଷରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ ।

Leave A Reply

Your email address will not be published.