ନବରଙ୍ଗପୁର: ଦିଲ୍ଲୀରେ ଆସନ୍ତା ସାଧାରଣତନ୍ତ୍ର ଦିବସ (ଆରଡି) ପରେଡ୍ ପାଇଁ ମନୋନୀତ ହୋଇଛନ୍ତି ନବରଙ୍ଗପୁର କଲେଜର ୬ଜଣ ଛାତ୍ର। ସେମାନେ ହେଲେ ଯୁକ୍ତ ୩ ପଦାର୍ଥ ବିଜ୍ଞାନ ଛାତ୍ର ତଥା କମ୍ପାନି କ୍ୱାର୍ଟରମାଷ୍ଟର ସର୍ଜେଣ୍ଟ ଆଦର୍ଶ ପ୍ରତ୍ୟୁଷ କର୍କରା, ଯୁକ୍ତ ୩ ରାଜନୀତି ବିଜ୍ଞାନ ଛାତ୍ର ଓ ଜୁନିୟର ଅଣ୍ଡର ଅଫିସର ମାରୁତି ହରିଜନ, ଯୁକ୍ତ ୩ ଓଡ଼ିଆ ବିଭାଗର ପାଉଲ୍ ସୁନା, ଯୁକ୍ତ ୩ ଇତିହାସ ଛାତ୍ର କୃଷ୍ଣ ଜାନୀ, ଯୁକ୍ତ ୩ ଇଂରାଜୀ ବିଭାଗ ଛାତ୍ର କର୍ପୋରାଲ ଯୋଗେଶ୍ୱର ମାଝୀ ଓ ଯୁକ୍ତ ୩ ରାଜନୀତିବିଜ୍ଞାନର ଲାନ୍ସ କର୍ପୋରାଲ ଲକ୍ଷ୍ମଣ ଗୌଡ।
ପ୍ରତ୍ୟୁଷ ଗାର୍ଡ-ଅଫ୍-ଅନର ଓ ମାରୁତି ରୁତି କର୍ଭବ୍ୟପଥ ପରେଡ ପାଇଁ ମନୋନୀତ ହୋଇଛନ୍ତି। କ୍ୟାଡେଟ ପାଉଲ କଳା ଓ ସଂସ୍କୃତି କାର୍ଯ୍ୟକ୍ରମ ସହିତ ସଙ୍ଗୀତ ପରିବେଷଣ କରିବେ। କୃଷ୍ଣ, ଯୋଗେଶ୍ଵର, ଲକ୍ଷ୍ମଣ ପ୍ରଧାନମନ୍ତ୍ରୀ ରାଲି ପାଇଁ ମନୋନୀତ ହୋଇଛନ୍ତି। ଏହି ଛାତ୍ରମାନେ ଆରଡିସି ପ୍ୟାରେଡରେ ଭାଗ ନେବା ପାଇଁ ସ୍ଥିର କରି ଦୀର୍ଘ ୬ ମାସ ଧରି କଠିନ ପରିଶ୍ରମ ଓ ଅଭ୍ୟାସ ଜାରି ରଖିଥିଲେ। ତ୍ରିସ୍ତରୀୟ ଚୟନ ପ୍ରକ୍ରିୟା ନବରଙ୍ଗପୁର ପରେ ବ୍ରହ୍ମପୁର ଓ ଭୁବନେଶ୍ବର ଠାରେ ସଫଳତା ହାସଲ କରିଥିଲେ। ଏହାପରେ ଦିଲ୍ଲୀ ପ୍ୟାରେଡ ପାଇଁ ମନୋନୀତ ହୋଇଥିଲେ।
ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ମୋଟ ୧୨୭ ଏନସିସି କ୍ୟାଡେଟ୍ ଦିଲ୍ଲୀପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜିଲ୍ଲାର ୬ଜଣ କ୍ୟାଡେଟ ରହିଥିବାରୁ ଏହା କଲେଜ ଓ ଜିଲ୍ଲାପାଇଁ ଗୌରବର ବିଷୟ ବୋଲି ଏନସିସି ଶିକ୍ଷକ ରହିମ ଖରା କହିଛନ୍ତି। ଦିଲ୍ଲୀଗସ୍ତ ଯାଇଥିବାରରୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, କଲେଜ ଅଧ୍ୟକ୍ଷ ଡି.ଗୋବି ଗୋବିନ୍ଦ ରାଓ, ଏନସିସି ଅଧିକାରୀ ଅଧ୍ୟାପିକା ଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।