Latest Odisha News

BREAKING NEWS

ସିକ୍କିମରେ ଭୟଙ୍କର ହିମସ୍ଖଳନରେ ୬ ପର୍ଯ୍ୟଟକ ମୃତ, ୧୫୦ ଜଣ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ସିକ୍କିମର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗ୍ୟାଙ୍ଗଟକରେ ମଙ୍ଗଳବାର ହିମସ୍ଖଳନ ହୋଇଛି । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୦ରୁ ଅଧିକ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ମୃତ୍ୟୁବରଣ କରିଥିବା ୬ ପର୍ଯ୍ୟଟକଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଏକ ଛୁଆ ରହିଛି ।

ମଙ୍ଗଳବାର ଦିନ ପ୍ରାୟ ୧୨ଟା ୨୦ରେ ଗ୍ୟାଙ୍ଗଟକର ନାଥୁଳାକୁ ଦରେଁ ସହ ସଂଯୋଗ କରୁଥିବା ଜବାହରଲାଲ୍ ନେହୁରୁ ମାର୍ଗରେ ଏହି ଅଘଟଣ ଘଟିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଉକ୍ତ ସ୍ଥାନକୁ ଯିବା ଲାଗି ଏକ ପାସ୍ ଜାରି ହୋଇଥାଏ । ଏହି ପାସ୍ ୧୩ ମାଇଲ୍ ଯାଏ ଦିଆ ଯାଉଥିବା ବେଳେ ପର୍ଯ୍ୟଟକ ୧୫ ମାଇଲ୍ ପର୍ଯ୍ୟନ୍ତ ପଳାଇଥିବା କହିଛନ୍ତି ପୋଲିସ ଅଧିକାରୀ ।

ଏହା ପୂର୍ବରୁ ୨୦୨୨ ଜାନୁଆରୀ, ଫେବ୍ରୁଆରୀ ଓ ନଭେମ୍ବରରେ ବିଭିନ୍ନ ସ୍ଥାନର ଏଭଳି ହିମସ୍ଖଳନ ଘଟିଥିଲା । ୨୦୨୨ ଜାନୁଆରୀରେ ତିବ୍ବତରେ ହିମସ୍ଖଳନ ହୋଇଥିବା ବେଳେ ୮ ଜଣ ଲୋକ ପ୍ରାଣ ହରାଇଥିଲେ । ଏହି ଅଘଟଣ ତିବ୍ବତର ଦକ୍ଷିଣ-ପଶ୍ଚିମରେ ଥିବା ଲା ସୁରଙ୍ଗ ନିକଟରେ ହୋଇଥିଲା ।

ସେହିଭଳି ୨୦୨୨ ଫେବ୍ରୁଆରୀରେ ଅରୁଣାଚଳ ପ୍ରଦେଶରେ ହିମସ୍ଖଳନ ହୋଇଥିବା ବେଳେ ୭ ଜଣ ନିଖୋଜ ଯବାନଙ୍କ ମୃତଦେହ ମିଳିଥିଲା । ମଙ୍ଗଳବାର ଅଘଟଣ ଘଟିବା ପରେ ଏବେ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.