Latest Odisha News

ଏପ୍ରିଲ ୬ରୁ ୧୪ ସାମାଜିକ ନ୍ୟାୟ ସପ୍ତାହ ପାଳିବ ବିଜେପି

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଇତି ମଧ୍ୟରେ ଅନୁସୂଚିତ ଜାତିର ଭୋଟର୍ସଙ୍କୁ ଟାଣବା ପାଇଁ ବିଜେପି ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳିବ  । ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ  ଦୁଷ୍ୟନ୍ତ ଗୌତମ  କହିଛନ୍ତି, ୬ ଏପ୍ରିଲ ବିଜେପିର ସ୍ଥାପନା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବେ । ଦେଶର ସମସ୍ତ ବିଜେପି କାର୍ଯ୍ୟାଳୟରେ ବିଜେପି ଧ୍ୱଜାରୋହଣ ହେବ ।

BjdElectrycity

ଏଥିସହିତ ବିଜେପି ନେତା କହିଛନ୍ତି, ସମାଜର ସମସ୍ତ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନିର୍ବାଚନ ଏକମାତ୍ର ଆଧାର ନୁହେଁ । ସେଥିପାଇଁ ମହାପୁରୁଷଙ୍କ ଜୟନ୍ତୀରେ ଆମେ ଭିନ୍ନ ଭିନ୍ନ ସ୍ତରର ଲୋକଙ୍କ ପାଖରେ ପହଞ୍ଚୁଛୁ । ଏପ୍ରିଲ ୧୧ ତାରିଖ ଜ୍ୟୋତିବା ଫୁଲେଙ୍କ ଜନ୍ମ ଦିବସ ।  ୧୪ ତାରିଖ ଆମ୍ବେଦକର ଜୟନ୍ତୀ ।

ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ବୈଠକ କରିବେ । କେଉଁଠି କ’ଣ କ’ଣ କରାଯାଇ ପାରିବ, ସଂଗଠନକୁ ଆହୁରି ମଜବୁତ କିପରି କରାଯାଇ ପାରିବ  ସେ ବିଷୟରେ ଆଲୋଚନା କରାଯିବ ।

Leave A Reply

Your email address will not be published.