Latest Odisha News

ବାତ୍ୟା ‘ୟଶ’ ମୁକାବିଲା ପାଇଁ ଓଡ଼ିଶାରେ ମୁତୟନ ହୋଇଛନ୍ତି ୬୦ ଓଡ୍ରାଫ ଟିମ୍

ପାରାଦୀପ: ବାତ୍ୟା ‘ୟଶ’କୁ ଦୃଷ୍ଟିରେ ରଖି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଉଦ୍ଧାର, ରିଲିଫ୍ ଏବଂ ଥଇଥାନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ସହିତ ଓଡ଼ିଶାରେ ନିୟୋଜିତ ହୋଇଛନ୍ତି ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସର ୬୦ଟି ଟିମ୍।

ଏନେଇ ପାରାଦୀପର ଅତିରିକ୍ତ ଏସପି କହିଛନ୍ତି, “ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେପରି କୌଣସି ପ୍ରକାର କ୍ଷୟକ୍ଷତି ନହେବ ସେଥିପାଇଁ ଚେଷ୍ଟା କରିବୁ।”

ଉଲ୍ଲେଖଯୋଗ୍ୟ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି । ଏବେ ବାତ୍ୟା ‘ୟଶ୍’ ପୋର୍ଟବ୍ଲେୟାର ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୬୦୦ କିମି ଦୂରରେ ରହିଥିବା ବେଳେ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି । ସେହିଭଳି ବାଲେଶ୍ୱର ଠାରୁ ବାତ୍ୟା ‘ୟଶ୍’ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୫୦ କିମି ଏବଂ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିମି ଦୂରରେ ରହିଛି ।

ବାତ୍ୟା ‘ୟଶ୍’ ୨୬ ଅପରାହ୍ଣରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପରେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Comments are closed.