ନୂଆଦିଲ୍ଲୀ: ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା ୬୦ ବର୍ଷୀୟ ବୟଷ୍କଙ୍କୁ ଗୁରୁବାର ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ। ରାଜ୍ୟରେ ଭାରତ ଯୋଡ଼ ଯାତ୍ରା ପ୍ରବେଶ କରିବା ପୂର୍ବରୁ ଦୟା ସିଂହ ନାମକ ବୟସ୍କ ବ୍ୟକ୍ତି ରାହୁଲଙ୍କ ଉପରେ ବୋମାମାଡ଼ କରିବେ ବୋଲି ଧମକ ଦେଇଥିଲେ।
ଦୟା ସିଂ ଗତକାଲି ଟ୍ରେନ୍ ଯୋଗେ ମଧ୍ୟପ୍ରଦେଶ ଦେଇ ଯାଉଥିବା ସୂଚନା ପାଇ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ଜାୟକୁ ଗିରଫ କରାଯାଇଥିବା ମଧ୍ୟପ୍ରଦେଶ ପୁଲିସ୍ ସୂଚନା ଦେଇଛି।
ଦୟା ସିଂହ କାହିଁକି ରାହୁଲ ଗାନ୍ଧିଙ୍କ ପାଖକୁ ଧମକପୂର୍ଣ୍ଣ ଚିଠି ଲେଖିଥଲେ ତାହା ଜଣାପଡ଼ି ନାହିଁ। ଏନେଇ ତଦନ୍ତ ଜାରି ରହିଛି ବୋଲି କ୍ରାଇମବ୍ରାଞ୍ଚର ଡେପୁଟି କମିଶନର ନିମିଷ ଅଗ୍ରୱାଲ କହିଛନ୍ତି।
ନଭେମ୍ବର ୨୭ରେ ଭାରତ ଯୋଡ଼ୋ ଯାତ୍ରା ମଧ୍ୟପ୍ରଦେଶ ଇନ୍ଦୋରରେ ପ୍ରବେଶ କରିଥିଲା। ଏହି ସମୟରେ ଇନ୍ଦୋରର ଏକ ମିଠା ଦୋକାନ ସାମ୍ନାରୁ ଧମକପୂର୍ଣ୍ଣ ଚିଠି ଜବତ କରାଯାଇଥିଲା। ଏହି ଚିଠିରେ ନେତା ରାହୁଲ ଗାନ୍ଧି ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ବମ୍ମାଡ଼ କରିବାକୁ ଧମକ ଦିଆଯାଇଥିଲା। ଭାରତ ଯୋଡ଼ୋ ଯାତ୍ରା ବୋମାମଡ଼ ନେଇ ଧମକ ମିଳିବା ପରେ ପୁଲିସ୍ ଓ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
Comments are closed.