Latest Odisha News

BREAKING NEWS

ମରିଗଲାଣି ମାନବିକତା; ଦୁଷ୍କର୍ମର ଶିକାର ହେଲେ ୬୦ ବର୍ଷିୟା ମହିଳା

ଭୋପାଳ: ମରିଗଲାଣି ମାନବିକତା। ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ। ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ୧୮ ବର୍ଷରୁ କମ୍ ବୟସ୍କ ୨ ଜଣଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।

ରବିବାର ରାତିରେ ମହିଳା ଜଣକ ତାଙ୍କ ଘରକୁ ଯିବାବେଳେ ଏକ ରେଳ କ୍ରସିଂ ନିକଟରେ ଏହି ଘଟଣା ଘଟିଥିଲା। ସୂତ୍ରରୁ ପ୍ରକାଶ ଯେ ମଦ୍ୟପାନ କରି ପାଞ୍ଚ ଜଣ ପୁରୁଷ ମହିଳାଙ୍କୁ ଦେଖି ବୁଦା ଭିତରକୁ ଟାଣି ନେଇ ବଳାତ୍କାର କରିଥିଲେ।

କିଛି ସମୟ ପରେ କଳେବଳେ ମହିଳା ଜଣକ ନିକଟସ୍ଥ ପୋଲିସ ଷ୍ଟେସନରେ ପହଞ୍ଚିବାରେ ସଫଳ ହୋଇଥିଲେ। ଯେଉଁଠାରେ ସେ ଏହି ଘଟଣା ବିଷୟରେ କହିଥିଲେ। ସିଙ୍ଗରୌଲିରେ ଅତିରିକ୍ତ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଘଟଣା ସମୟରେ ମହିଳା ଜଣକ ଘର ଆଡକୁ ଯାଉଥିଲେ।

ସୂଚନା ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୋଲିସ କହିଛି ଯେ ଅଭିଯୁକ୍ତମାନେ ବର୍ତ୍ତମାନ ପୋଲିସ ହାଜତରେ ଅଛନ୍ତି ଏବଂ ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.