Latest Odisha News

BREAKING NEWS

ରିଲିଜ ପୂର୍ବରୁ ଫୁଲ ହେଲା ବେଲ ବଟମର ଆଡଭାନ୍ସ ବୁକିଂ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ବେଲ ବଟମ ଫିଲ୍ମ ୧୯ ଅଗଷ୍ଟରେ ରିଲିଜ ହେବ । କରୋନା ମହାମରୀ ଯୋଗୁ ସମସ୍ତ ରାଜ୍ୟରେ ଫିଲ୍ମ ହଲ ଖୋଲିବା ପାଇଁ ଅନୁମତି ମିଳି ନାହିଁ । ତଥାପି ଯେଉଁ ରାଜ୍ୟରେ କରୋନା କଟକଣାରେ ଫିଲ୍ମ ହଲ ୫୦ ପ୍ରତିଶତ ଦର୍ଶକକୁ ନେଇ ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଛି ସେଠାରେ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଅହେତୁକ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ରିପୋର୍ଟ ମୁତାବକ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୋର ଓ ଅହମ୍ମଦାବାଦ ଭଳି ସହରରେ ଫିଲ୍ମର ଆଡଭାନ୍ସ ବୁକିଂ ଫୁଲ ହୋଇଯାଇଛି । ଅକ୍ଷୟଙ୍କ ବ୍ୟତୀତ ଏହି ଫିଲ୍ମରେ ବାଣୀ କାପୁର, ଲାରା ଦତା ଓ ହୁମା କ୍ୟୁରେଶୀ ଅଭିନୟ କରୁଛନ୍ତି । ଫିଲ୍ମର ସଫଳତା ନେଇ ଅକ୍ଷୟ ଦୃଢ଼ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.