Latest Odisha News

BREAKING NEWS

୮୫ ବର୍ଷରେ ପଦାର୍ପଣ କଲେ ତିବ୍ଦତର ଧର୍ମଗୁରୁ ଦଲାଇ ଲାମା, ସୈନିକ ବେଶରେ ଆସି ଭାରତରେ ଶରଣ ନେଇଥିଲେ

ନୂଆଦିଲ୍ଲୀ: ତିବ୍ଦତ.. । ଭାରତର ଉତରରେ ପାହାଡ ଉପରେ ଅବସ୍ଥାପିତ ଏହି ସ୍ଥାନ ଏବେ ଚୀନ କବଜାରେ ରହିଛି । ଏଠାକାର ଟକଷ୍ଟର ନାମକ ସ୍ଥାନରେ ୬ ଜୁଲାଇ ୧୯୩୫ରେ ଦଲାଇ ଲାମାଙ୍କ ଜନ୍ମ ହୋଇଥିଲା । ସେତେବେଳେ ତାଙ୍କ ନାମ ଲ୍ୟାହମୋ ଦୌଡୁମ୍ବେ ଥିଲା । ପ୍ରକୃତରେ ସେ ଲ୍ୟାମୋ ଦୌଡୁମ୍ବେ ବୌଦ୍ଧଙ୍କ ୧୪ତମ ଦଲାଇ ଲାମା ଅଟନ୍ତି । ଲ୍ୟାମୋ ଦୌଡୁମ୍ବେ ବଦଳରେ ସାରା ବିଶ୍ୱ ତାଙ୍କୁ ଦଲାଇ ଲାମା ଭାବେ ଜାଣନ୍ତି । ଲାମାର ଅର୍ଥ ଧର୍ମଗୁରୁ । ତାଙ୍କୁ ଯେତେବେଳେ ୬ ବର୍ଷ ବୟସ ହୋଇଥିଲା ଦଲାଇ ଲାମା ଥୁବତେନ ଗ୍ୟାତ୍ସୋ ତାଙ୍କୁ ୧୪ତମ ଦଲାଇ ଲାମା ଭାବେ ଘୋଷିତ କରିଥିଲେ । ତେବେ ଏ ସବୁ ଭିତରେ ବରଫର ପାହାଡ ମଧ୍ୟରେ ଲୋଭର ଉଷ୍ମତା ଖୋଜୁଥିଲା ଚୀନ । ସେଥିପାଇଁ ଦଲାଇ ଲାମା ଓ ଚୀନର ସମ୍ପର୍କ ଭଲ ନ ଥିଲା । ୧୯୧୨ରେ ୧୩ତମ ଦଲାଇ ଲାମା ତିବ୍ଦତକୁ ସ୍ୱତନ୍ତ୍ର ଘୋଷିତ କରିଥିଲେ । ସେତେବେଳେ ଚୀନ କୌଣସି ଆପତି କରି ନ ଥିଲା । ଏହାର ୪୦ ବର୍ଷ ପରେ କମ୍ୟୁନିଷ୍ଟ ସରକାର ଆସିବା ପରେ ଚୀନ ତିବ୍ଦତ ଉପରେ ଆକ୍ରମଣ କରିଥିଲା । ଚୀନର ହାତମୁଠାକୁ ତିବ୍ଦତ ଚାଲି ଯାଇଥିଲା । ମାଓ ତ୍ସେ ତୁଂଗ ଶାସକ ହେବା ପରେ ଚୀନ ବିସ୍ତାବବାଦୀ ନୀତି ଆପଣାଇଥିଲେ । ସେବେଠାରୁ ଦଲାଇ ଲାମାଙ୍କ ଉପରେ ସମସ୍ତ ପ୍ରକାର କଟକଣା ଲଗାଇବା ପାଇଁ ଚୀନ ଉଦ୍ୟମ କରିଥିଲା । ତେବେ ଏ ସବୁ ସତ୍ୱେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଚୀନ ବିରୋଧ ସତ୍ୱେ ଦଲାଇ ଲାମାଙ୍କୁ ଭେଟିଥିଲେ ।

୧୯୫୬ରେ ସେ ସମୟର ପ୍ରଧାନମନ୍ତ୍ରୀ ଝାଉ ଏନ ଲାଇ ଭାରତ ଗସ୍ତରେ ଆସିଥିଲେ । ତାଙ୍କ ସହିତ ଦଲାଇ ଲାମା ମଧ୍ୟ ଥିଲେ । ଭାରତର ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ସମ୍ମୁଖରେ ଦଲାଇ ଲାମା ତିବ୍ଦତର ସ୍ୱାଧୀନତା କଥା ଉଠାଇଥିଲେ । ନେହେରୁ ପ୍ରସଙ୍ଗରୁ ଦୂରେଇ ରହିଥିଲେ । ଏହା ପରେ ଦଲାଇ ଲାମାଙ୍କୁ ଚୀନ ଏକୁଟିଆ ବେଜିଂ ଡକେଇଥିଲା । ତେବେ ଲାମାଙ୍କ ଜଣେ ଅଷ୍ଟ୍ରେଲୀୟ ବନ୍ଧୁ ହେରିଚେସ୍କେ ହରେର ତାଙ୍କୁ ସେଠାକୁ ନ ଯିବା ପାଇଁ ଚେତେଇ ଥିଲେ । ଚୀନ ଗଲେ ସବୁଦିନ ପାଇଁ ତୁମକୁ ରଖିଦେବେ ବୋଲି ସେ କହିଥିଲେ । ୧୯୫୯ରେ ଦଲାଇ ଲାମା ସୈନିକ ବେଶରେ ଲୁଚିକରି ଭାରତ ପଳାଇ ଆସିଥିଲେ ।

୧୯୫୯ରେ ଭାରତ ତାଙ୍କୁ ଶରଣ ଦେଇଥିଲା । ସେ ସମୟରେ ତାଙ୍କ ବୟସ ୨୩ ଥିଲା । ୧୯୬୨ରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ସୃଷ୍ଟି ହେଲା । ଦଲାଇ ଲାମାଙ୍କ ଶରଣ ଦେବା ଏହାର ଏକ କାରଣ ଭାବେ ବିବେଚନା କରାଯାଏ । ଶେଷର ଭାରତ-ଚୀନ ଯୁଦ୍ଧ ହୋଇଥିଲା । ଚୀନ ବିଜୟ ହାସଲ କରି ଭାରତର ଅନେକ ଭୂଖଣ୍ଡ ମାଡି ବସିଛି ।

Leave A Reply

Your email address will not be published.