Latest Odisha News

BREAKING NEWS

ଜିଲ୍ଳାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଂଚ, ୭ ଦିନ ପାଇଁ ମଥୁରା ପଂଚାୟତ ସଟଡାଉନ୍

ଗଞ୍ଜାମ: ପୋଲସରା ବ୍ଲକ ମଥୁରା ପଂଚାୟତକୁ  ଏକ ସପ୍ତାହ ଧରି ସଟଡାଉନ ଘୋଷଣା କଲେ  ସରପଂଚ । ସୋମବାର ରାତି ୧୦ଟାରୁ ଜୁଲାଇ ୧୩ ତାରିଖ ଯାଏଁ ସଟଡାଉନ ଘୋଷଣା ହୋଇଛି । ପୋଲସରା ଅଂଚଳରେ ପଜିଟିଭ ସଂଖ୍ୟା ବଢୁଥିବାରୁ ସରପଂଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହି ଗାଁରେ ଥିବା ଷ୍ଟେଟବ୍ୟାଙ୍କରେ  କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ପଂଚାୟତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ପୋଲସରା ବିଡିଓ ଓ ତହସିଲଦାରଙ୍କ ସହିତ ଆଲୋଚନା ପରେ ମଥୁରା ପଂଚାୟତକୁ ଏକ ସପ୍ତାହ ପାଇଁ ସରପଂଚ ସଟଡାଉନ ଘୋଷଣା କରିଛନ୍ତି ।

Leave A Reply

Your email address will not be published.