Latest Odisha News

BREAKING NEWS

ଜୋଶୀମଠ ଭୂସ୍ଖଳନ ବିପଦ: ୬୦୦ ପରିବାରକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡ ଜୋଶୀମଠ ସହର ଏବେ ବିପଦରେ। ଧୀରେ ଧୀରେ ତଳକୁ ଖୁସୁଛି ସହରର ମାଟି। ଫାଟିଲାଣି ଲୋକଙ୍କ ଘର ଦ୍ୱାର। ଚିନ୍ତାରେ ଜନତା ଓ ସରକାର। ହିମାଳୟ କ୍ଷେତ୍ର ଅନ୍ତର୍ଗତ ଗାଢ଼ବାଲ ହିମାଳୟ ଉପରେ ୧୮୯୦ ମିଟର ଉଚ୍ଚାରେ ଏହି ଛୋଟିଆ ସହରର ଅବସ୍ଥିତ। ସହରର ଜନସଂଖ୍ୟା ୨୦ ହଜାରରୁ ଅଧିକ ଥିବା ବେଳେ ଏହା ପାହାଡ଼ିଆ ଗଡ଼ାଣିଆ ଭୂମି ଉପରେ ଗଢ଼ି ଉଠିଛି।

Why gateway to Badrinath is sinking under its own weight | India News -  Times of India

ହେଲେ ହଠାତ୍ ସହରର ମାଟି ତଳକୁ ଖସିବା ଓ ୫୦୦ରୁ ଅଧିକ ଘର ବଡ଼ ବଡ଼ ଫାଟ ସୃଷ୍ଟି ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଛୋଟିଆ ସହର ଜୋଶୀମଠ ଏବେ ତଳକୁ ତଳକୁ ଧସିବାରେ ଲାଗିଛି। ରାସ୍ତାଘାଟ ସବୁଆଡ଼େ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। କେଉଠି ପାଣି ବାହାରିଛି ତ ଆଉ କେଉଁଠି ଘର କାନ୍ଥ ଭୂଶୁଡ଼ିବା ସ୍ଥିତିରେ ରହିଛି।

Evacuation begins in 'sinking' Joshimath, Uttarakhand CM to visit as panic  grips town - India Today

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ଯେ ଏନ୍‌ଟିପିସିର ହାଇଡ୍ରୋ ପାୱାର ପ୍ରୋଜେକ୍ଟ କାର୍ଯ୍ୟ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଜୋଶୀମଠରେ ହୋଟେଲ, ଅଫିସ ଓ ଘର ସବୁ ଫାଟି ଆଁ କରିଛି। ଏମିତି ସ୍ଥିତିରେ ଲୋକଙ୍କ ପାଖରେ ମାତ୍ର ଦୁଇଟି ବିକଳ୍ପ ରହିଛି। ସହର ଛାଡ଼ିବା ନହେଲେ ଜୀବନକୁ ବିପଦରେ ପଡ଼ି ରହିବ। ତେବେ ଲୋକଙ୍କ ବିରୋଧ ଓ ଏପରି ହଠାତ୍ ବିପଦ ଦେଖି ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ବିପଦପ୍ରବଣ ଘରେ ରହୁଥିବା ୬୦୦ ପରିବାରକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Joshimath Sinking:वैज्ञानिकों ने बताई जोशीमठ में भू-धंसाव की वजह...2006 में  ही कर दिया था अलर्ट - Joshimath Sinking: Wadia Institute Scientist Told  Real Reason Of Landslide - Amar Ujala Hindi News ...

ଅନ୍ୟୟପଟେ ଆଜି ଜୋଶୀ ମଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଏନେଇ ଗଣମାଧ୍ୟମକ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଆମ ପାଇଁ ସବୁଠାରୁ ଆବଶ୍ୟକ ହେଲା ଲୋକଙ୍କ ଜୀବନ ବଞ୍ଚାଇବା। ଏଥିପାଇଁ ପୂର୍ବରୁ ସବୁ ବ୍ୟବସ୍ଥା ସେଠାରେ କରାଯାଇସାରିଲାଣି। ଯଥେଷ୍ଟ ପରିମାଣରେ ଏନ୍‌ଡିଆର୍‌ଏଫ୍ ଓ ଏସ୍‌ଡିଆର୍‌ଏଫ୍ ଟିମ୍ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ହେଲିକପ୍ଟର ବ୍ୟବହାର କରାଯିବ। ତେବେ ମାଟି ଧଶି ପାଣି କେଉଁଠୁ ଆସୁଛି ତାର ତଦନ୍ତ ହେବ ବୋଲି ଧାମୀ କହିଛନ୍ତି। ସହରର ସବୁ କାମ ତତ୍‌କାଳ ପ୍ରଭାବରେ ରୋକି ଦିଆଯାଇଛି ବୋଲି ଧାମୀ କହିଛନ୍ତି।

Joshimath Sinking': Over 500 Homes Develop Cracks As Uttarakhand's Holy  Town On Brink Of Collapse – The Times of Bengal

ଏହି କିଛି ବର୍ଷ ଭିତରେ ସହରର ଜନସଂଖ୍ୟାର ଅହେତୁକ ବୃଦ୍ଧି ଓ ଅନିୟନ୍ତ୍ରିତ ନିର୍ମାଣ କାର୍ଯ୍ୟ ହୋଇଛି। ଅବ୍ୟବସ୍ଥିତ ଭାବରେ ସହର ଗଢ଼ି ଉଠିବା ଓ ଅପରିଣାମଦଶୀ ନିର୍ମାଣ ଯୋଗୁ ସହର ପାହାଡ଼ ତଳକୁ ଖସୁଛି ବୋଲି କୁହାଯାଉଛି। ତେବେ ଏହି ଘଟଣାରେ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନଜର ରଖିଛନ୍ତି। ତେବେ ଭୂସ୍ଖଳନ ପରେ ଗୁରୁବାର ଜୋଶୀମଠ ଓ ଆଖପାଖ ଅଞ୍ଚଳରେ ଉତ୍ତରାଖଣ୍ଡ ସରକାର ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିଛନ୍ତି। କାରଣ ଏହି ନିର୍ମାଣ କାର୍ଯ୍ୟ ଯୋଗୁ ସହରରେ ୫୬୧ ଘରରେ ଫାଟ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ଫଳରେ ଭୟଭୀତ ଲୋକେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି।

Comments are closed.