Latest Odisha News

BREAKING NEWS

ମୋଟେରା ଟେଷ୍ଟରେ ଅଶ୍ୱିନୀଙ୍କ କୀର୍ତ୍ତିମାନ

ମୋଟେରା: ଭାରତର ଅଭିଜ୍ଞତା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଇଂଲଣ୍ଡ ବିପକ୍ଷ ଚଳିତ ଦିବାରାତ୍ର କ୍ରିକେଟ ଟେଷ୍ଟରେ ୨ଟି ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ ଏବଂ ଟେଷ୍ଟ କ୍ରିକେଟରେ ୪୦୦ ଉଇକେଟ ଲ୍ୟାଣ୍ଡମାର୍କ ଅତିକ୍ରମ କରିଛନ୍ତି । ୧୭.୨ ଓଭରରେ ବେନ ଷ୍ଟୋକ୍ସଙ୍କ ଉଇକେଟ ନେବା ସହ ସେ ଭାରତର ୪ର୍ଥ ଖେଳାଳି ଭାବେ ୬୦୦ ଆନ୍ତର୍ଜାତୀୟ ଉଇକେଟ ନେଇଥିଲେ । ଅନୀଲ କୁମ୍ବଲେ ସର୍ବାଧିକ ୯୫୩ ଉଇକେଟ ଅକ୍ତିଆର କରିଛନ୍ତି । ତାଙ୍କ ପଛକୁ ହରଭଜନ ସିଂ (୭୦୭), କପିଳ ଦେବ (୬୮୭) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।

ଟେଷ୍ଟ କ୍ରିକେଟରେ ସେ ଦ୍ରୁତ ୪୦୦ ଉଇକେଟ ନେବାରେ ଓଭରାଲ ଦ୍ୱିତୀୟ ଏବଂ ଭାରତର ପ୍ରଥମ ଖେଳାଳି ପାଲଟିଛନ୍ତି । ୭୭ ଟେଷ୍ଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ୭୨ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ । ଭାରତ ପକ୍ଷରୁ କୁମ୍ବଲେ, କପିଳଦେବ ଓ ହରଭଜନ ସିଂ ୪୦୦ ଉଇକେଟ ହାସଲ କରି ସାରିଛନ୍ତି ।

Leave A Reply

Your email address will not be published.