Latest Odisha News

BREAKING NEWS

ଅହମଦାବାଦରେ ଅକ୍ଷରଙ୍କ ରାଜୁତି, ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୮୧ ରନରେ ଅଲଆଉଟ୍

ଅହମଦାବାଦ: ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଯାଦୁ ଜାରି ରହିଛି । ପିଙ୍କ ବଲ୍ ଟେଷ୍ଟରେ ଫେଲ୍ ମାରୁଛନ୍ତି ବ୍ୟାଟ୍ସମ୍ୟାନ୍ । ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ସାମ୍ନା କରି ନପାରି ଭ୍ରମଣକାରୀ ଦଳ ୪୮ ଓଭର ୪ ବଲରେ ସମସ୍ତ ୱିକେଟ୍ ହରାଇ ୧୧୨ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୮୧ ରନରେ ଅଲଆଉଟ୍ ହୋଇଛି । ୩୦ ଓଭର୍ ୪ ବଲରେ ସମସ୍ତ ୱିକେଟ ହରାଇଛି ଭ୍ରମଣକାରୀ ଦଳ ।

ଦଳ ପକ୍ଷରୁ ଓପନର ଜାକ କ୍ରୱଲେ କୌଣସି ରନ ନକରି ଆଉଟ୍ ହୋଇଥିବା ବେଳେ ଡି ସିବଲେ ମାତ୍ର ୭ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି । ଦଳର ୮ ଜଣ ଖେଳାଳି ୨ ଅଙ୍କ ରନ୍ କରିପାରି ନଥିବା ବେଳେ ୪ ଜଣ ଖେଳାଳି ଶୂନ୍ ରନରେ ଆଉଟ୍ ହୋଇଛନ୍ତି । ଅଧିନାୟକ ରୁଟ୍ ୪୫ ବଲରେ ଦଳ ପକ୍ଷରୁ ସର୍ବାଧିକ ୨୫ ରନ୍ କରିବାରେ ସମର୍ଥ ହୋଇଛନ୍ତି ।

ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳକୁ ଅକ୍ଷର ୫ଟି ଝଟକା ଦେଇଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ୫ଟି ୱିକେଟ୍ ନେଇଛନ୍ତି । ସେହିଭଳି ରବିଚନ୍ଦ୍ରନ ଅଶ୍ୱିନ ୪ଟି ୱିକେଟ୍ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍ ନେଇଛନ୍ତି । ପ୍ରଥମ ଇନିଂସରେ ଭାରତ ୧୪୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ ଡିନର ବ୍ରେକ୍ ସୁଦ୍ଧା ଦଳ କୌଣସି ୱିକେଟ ନହରାଇ ୧୧ ରନ୍ କରିଛି । ତୃତୀୟ ଟେଷ୍ଟ ଜିତିବାକୁ ଭାରତୀୟ ଦଳକୁ ଆଉ ୩୮ ରନ୍ ଆବଶ୍ୟକ ରହିଛି । ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିଛନ୍ତି ।

Leave A Reply

Your email address will not be published.