Latest Odisha News

BREAKING NEWS

ଗତ ୬ ମାସରେ ରାଜ୍ୟରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶୀକାର

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ୬ମାସ (ଜୁନ୍) ମଧ୍ୟରେ ଓଡିଶାରେ ନାବାଳିକା ଦୁଷ୍କର୍ମର ପ୍ରାୟ ୬୦୪ଟି ମାମଲା ରୁଜୁ ହୋଇଥିବା ନେଇ ସୋମବାର ଦିନ ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ବିଜେଡି ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଏକ ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୨୦୧୮ ମସିହାରେ ଦୈନିକ ୪ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ସମୁଦାୟ ୧୪୩୦ଟି ଦୁର୍ଷ୍କମ ମାମଲା ରହିଥିବା ବେଳେ ୨୦୧୭ରେ ପ୍ରତିଦିନ ୭ ଜଣ ହିସାବରେ ସମୁଦାୟ ୨୫୦୨ ଜଣ ଧର୍ଷଣର ଶୀକାର ହୋଇଛନ୍ତି ।

ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ସେ କହିଛନ୍ତି ଯେ ୨୦୧୮ରେ ୧୦୭୩ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ସେଥିମଧ୍ୟରେ ୧୯୭ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସମାବ୍ୟସ୍ତ କରାଯାଇଛି ।

Leave A Reply

Your email address will not be published.