Latest Odisha News

BREAKING NEWS

ପୁରୁଷ ବେରୋଜଗାର କ୍ଷେତ୍ରରେ ସାରାଦେଶରେ ଓଡିଶାର ସ୍ଥାନ ପ୍ରଥମ : ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି । ଓଡ଼ିଶାରେ ବେକାର ପୁରୁଷଙ୍କ ସଂଖ୍ୟା ୩୨ % ହୋଇଥିବା ବେଳେ ବେକାରୀ ମହିଳାଙ୍କ ସଂଖ୍ୟା ୩୯.୨% ଓ ସାମଗ୍ରିକ ବେକାର ୩୩.୮ % ।

ପୁରୁଷ ବେକାର କ୍ଷେତ୍ରରେ ସାରାଦେଶରେ ପ୍ରଥମ ସ୍ଥାନରେ ଓଡିଶା । ନିଯୁକ୍ତି ଆଶାୟୀ ପ୍ରତି ୧୦ ଜଣରେ ୩ ଜଣ ବେକାର ଥିବା ଭାରତ ସରକାରଙ୍କ ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସର ପିରିଓଡିକ ଲେବର ଫୋର୍ସ ସର୍ଭେର ତ୍ରୟ ମାସିକ ରିପୋର୍ଟରେ ଏହା ପ୍ରକାଶ ।

ଏହି ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ୩ ମାସ ଅର୍ଥାତ୍ ଜାନୁଆରୀ ରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ସର୍ଭେ ରିପୋର୍ଟ ଅନୁସାରେ ,୧୫ ରୁ ୨୯ ବର୍ଷ ମଧ୍ୟରେ ଚାକିରୀ ଆଶାୟୀ ବେରୋଜଗାରୀ ଯୁବକଙ୍କ ହାର ସାରାଦେଶର ସର୍ବାଧିକ ୩୨ % ଥିଲା । ଯେତେବେଳେ କି ଜାତୀୟ ହାର ରହିଥିଲା ୨୯.୯ % ।

ଅନ୍ୟପଟେ ଏହି ସମୟରେ ବେକାରୀ ମହିଳାଙ୍କ ହାର ଥିଲା ୩୯.୨ % । ତେବେ ମହିଳାଙ୍କ କ୍ଷେତ୍ରର କିନ୍ତୁ ଓଡ଼ିଶାର ସ୍ଥାନ ୫ମରେ । କିନ୍ତୁ ପୁରୁଷ ଓ ମହିଳାଙ୍କ ସାମଗ୍ରିକ ହାରରେ ଓଡିଶା ତୃତୀୟ ସ୍ଥାନରେ । ଓଡିଶା ଉପରକୁ ରହିଛି ଜମ୍ମୁ-କାଶ୍ମୀର ଓ କେରଳ ।

ସେହିପରି ୧୫ ବର୍ଷ ବୟସରୁ ଅଧିକ ସାମଗ୍ରିକ ବେରୋଜଗାର କ୍ଷେତ୍ରରେ ମଧ୍ୟ ସମସ୍ତ ରାଜ୍ୟକୁ ପଛକୁ ଠେଲି ୧୫.୭ % ସହ ପ୍ରଥମ ସ୍ଥାନରେ ପହଞ୍ଚିଛି ଓଡିଶା ।

Leave A Reply

Your email address will not be published.