Latest Odisha News

BREAKING NEWS

ମହାରାଷ୍ଟ୍ରକୁ ନେଇ ଲୋକସଭାରେ ପ୍ରବଳ ହଟ୍ଟଗୋଳ; ଗଣତନ୍ତ୍ରର ହତ୍ୟା ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମହାସଙ୍କଟ ଦେଇ ଗତି କରୁଛି ଏବେ ମହାରାଷ୍ଟ୍ରର ରାଜନୀତି । ମହାରାଷ୍ଟ୍ର ବିଧାନସଭା ଏବଂ ରାଜଭବନ ଅତିକ୍ରମ କରିବା ପରେ ସକାଳେ ସୁପ୍ରିମକୋର୍ଟରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନେଇ ଶୁଣାଣି ଚାଲିଥିଲା । ତେବେ ଏହି ରାଜନୈତିକ ଉଷ୍ମତାର ଗରମାଗରମ ତର୍କ-ବିତର୍କ ଦେଖାଦେଇଛି ସଂସଦର ଲୋକସଭା ସଦନରେ ।

ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ରାଜନୈତିକ ପରିସ୍ଥିତି ତଥା ଫଡ଼ନାଭିସଙ୍କ ଶପଥକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା କରାଯାଇଛି ।

ମହାରାଷ୍ଟ୍ର ରାଜନୀତିରେ ଶାସନଗାଦୀକୁ ନେଇ ଏବେ ଶିବସେନା-ବିଜେପି-ଏନସିପି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର୍ ଛକାପଂଝା ଚାଲିଛି । ଘଡ଼ିକେ ଘୋଡ଼ା ଛୁଟିବା ପରି ଏନସିପି-ଶିବସେନା ଏବଂ ବିଜେପି ନେତାମାନେ ସେମାନଙ୍କ ପରିବର୍ତ୍ତିତ ଟିପ୍ପଣୀ ଦେଇ ଚାଲିଥିବା ବେଳେ ଏପଟେ ଲୋକସଭାରେ ବିରୋଧୀ କଂଗ୍ରେସ ସଭ୍ୟମାନେ ହଙ୍ଗାମା ସୃଷ୍ଟି କରି ଗୃହକୁ ଏକରକମ ଅକାମୀ କରିଦେଇଛନ୍ତି ।

ସୋମବାର ଦିନ ଅଧିବେଶନର ପ୍ରଶ୍ନକାଳ ସମୟରେ ଆରମ୍ଭରୁ ୨ ଜଣ କଂଗ୍ରେସ ସଦସ୍ୟ ଗଣତନ୍ତ୍ରର ହତ୍ୟା ନେଇ ଏକ ପ୍ଲାକାର୍ଡ଼ ଧରି ଗୃହର ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ବିଜେପି ସଦସ୍ୟ ହଟ୍ଟଗୋଳ କରିବା ସହିତ ପାଟିଗୋଳ ବୃଦ୍ଧି ପାଇବାକୁ ଲାଗିଥିଲା ।

କଂଗ୍ରେସ ପକ୍ଷରୁ ରାହଲ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା ହୋଇଛି ତେଣୁ ତାଙ୍କର ଏହି ପ୍ରଶ୍ନକାଳରେ କୌଣସି ପ୍ରଶ୍ନ ପଚାରିଲେ କୌଣସି ମୂଲ୍ୟ ରହିବ ନାହିଁ ।

Leave A Reply

Your email address will not be published.