Latest Odisha News

BREAKING NEWS

ଡିସେମ୍ବର ପ୍ରଥମ ସପ୍ତାହରେ ଇଜିପ୍ଟରୁ ଆସି ପହଁଚିବ ୬୦୯୦ ମେଟ୍ରିକ ଟନ୍ ପିଆଜ !

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଶ୍ରୀ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏଥିପୂର୍ବରୁ ଗତ ୨୩ ତାରିଖରେ ସଚିବଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖାଯାଇଥିଲା ।

ଏମଏମଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା ୬୦୯୦ ମେଟ୍ର ିକ ଟନ ପିଆଜ ଖୁବଶୀଘ୍ର ଇଜିପ୍ଟରୁ ଆସି ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦରରେ ପହଁଚିବ । ଏହା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆସି ପହଁଚିଯିବ ବୋଲି ଆଶା କରାଯାଉଛି । ଏହାଛଡ଼ା ପିଆଜ ପୂର୍ବ-ମୁମ୍ବାଇ ଦର ଅନୁସାରେ କିଲୋପ୍ରତି ୫୨ରୁ ୫୫ ଟଙ୍କା ଦରରେ ରପ୍ତାନି ଷ୍ଟକରୁ ଷ୍ଟକରୁ ସଂଗ୍ରହ କରି ବିକ୍ରି କରିବା ଲାଗି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି । ସେହିପରି ପୂର୍ବ ଦିଲ୍ଲୀ ଦର କିଲୋପ୍ରତି ୬୦ ଟଙ୍କାରେ ପିଆଜ ଉପଲ୨ କରାଯାଉଛି । ରାଜ୍ୟ ସରକାରମାନେ ସେମାନଙ୍କ ସ୍ଥାନୀୟ ଷ୍ଟକରୁ ପିଆଜ ନେଇପାରିବେ । ସେମାନଙ୍କୁ ମଧ୍ୟ ନାଫେଡ ଜରିଆରେ ପରିବହନ ସୁବିଧାର ବିକଳ୍ପ ଦିଆଯାଉଛି । ବିଦେଶରୁ ଆମଦାନୀ ହେଉଥିବା ପିଆଜ ଡିସେମ୍ବର ପ୍ରଥମ ସପ୍ତାହଠାରୁ ଯୋଗାଇ ଦିଆଯିବ ।

ଦିଲ୍ଲୀରେ ମଦର ଡାଏରୀ, କେନ୍ଦ୍ରୀୟ ଭଣ୍ଡାର ଓ ଏନସିସିଏଫ ଏବଂ ନିଜସ୍ୱ ବିକ୍ରୟ କେନ୍ଦ୍ର ଜରିଆରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରୁ ହସ୍ତଗତ ମୋଟ ପିଆଜ ଚାହିଦା ୨୨୬୫ ମେଟ୍ରିକ ଟନ ରହିଛି, ଏଥିରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କେରଳ ଓ ସିକ୍କିମ ସମେତ ଦିଲ୍ଲୀରେ ଯୋଗାଣ ପାଇଁ ନାଫେଡର ଆବଶ୍ୟକତା ସାମିଲ ରହିଛି । ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସେମାନଙ୍କ ପିଆଜ ଚାହିଦା ସମ୍ପର୍କରେ ଯଥାଶୀଘ୍ର ଜଣାଇବା ପାଇଁ ଅନୁରୋଧ କରାଯାଇଛି, ଯଦ୍ଦ୍ୱାରା କେନ୍ଦ୍ର ସରକାର ଏହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନେଇପାରିବେ ।

Leave A Reply

Your email address will not be published.