Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୬-୧୧-୨୦୧୯ ମଙ୍ଗଳବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ନଭେମ୍ବର
ତା ୨୬ ରିଖ ମଙ୍ଗଳବାର ବିଛା ୧୦ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ବିଶାଖା ନକ୍ଷତ୍ର ଦିନ ଘ୧୦-୧୧ମିନିଟ୍ ପର୍ଯ୍ୟନ୍ତ ତାପରେ ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଭୋଗ ହେବ
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର:-ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର
ଆଜି: ମତ୍ସ୍ଯ ମାଂସ ଖାଇବା ନିଷେଧ

ମେଷ
ଆଜି କର୍ମକ୍ଷେତ୍ରରେ ଆଶା ନିଶ୍ଚିତ ପୂରଣ ହେବ । ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟା ବଢିପାରେ । ଆର୍ଥିକ ଉନ୍ନତି, ବନ୍ଧୁମିଳନ ପାଇଁ ସୁଯୋଗ ଦେଖାଦେବ ।

ବୃଷ
ପରିଶ୍ରମଜନିତ ପୀଡା ଅନୁଭବ କରିପାରନ୍ତି। ସକାଳୁ ସକାଳୁ ଶୁଭ ଖବର ପାଇ ମନ ଆନନ୍ଦିତ ହେବ । କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ମନସ୍ତାପ କରିବେ। ପରିସ୍ଥିତିବଶତଃ ଇଚ୍ଛା ନ ଥାଇ ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଆନୁଷ୍ଠାନିକ କାମରେ ଯୋଗଦେଇ ପାରନ୍ତି।

ମିଥୁନ
ସ୍ଥଗିତ କାମକୁ ପଡୋଶୀଙ୍କ ସହାୟତାରେ ସମ୍ପନ୍ନ କରିବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଭିତ୍ତିରେ କିମ୍ବା ସହମତିରେ କାମ କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ।

କର୍କଟ
ଆଜିର ଦିନଟି ବହୁତ ଭଲରେ ଅତିବାହିତ ହେବ। ନୂତନ ସମ୍ପର୍କ, ଉଚ୍ଚ ସମ୍ମାନ ପ୍ରାପ୍ତି ମାଧ୍ୟମରେ ଦିନଟି ସ୍ମରଣୀୟ ରହିବ। ନିକଟ ଅତୀତର ସମସ୍ୟାଗୁଡିକର ସମୀକ୍ଷା କରି ତଦନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ମନସ୍ଥ କରିପାରନ୍ତି। ନିର୍ମାଣାଧୀନ ଗୃହକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

ସିଂହ
ସବୁ ଥାଇ ମଧ୍ୟ କିଛି ନ ଥିବା ପରି ନୈରାଶ୍ୟତା ମଧ୍ୟରେ ସମୟ କଟାଇବେ। ଆଜି ଯେମିତି ଚାହୁଁଛନ୍ତିି ଠିକ୍‌ ସେହିଭଳି କାମଗୁଡିକ ସମ୍ପନ୍ନ ହେବାରେ କୌଣସି ସୁବିଧା ଜୁଟି ନ ପାରେ। ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ପାରିବାରିକ ସ୍ଥିତି , ଆର୍ଥିକ ଉନ୍ନତି ପୂର୍ବପରି ବଳବତ୍ତର ରହିବ।

କନ୍ୟା
ପରିବାରରେ ରହିଆସିଥିବା ସମସ୍ୟାଜନିତ ଅଶାନ୍ତି ସମାଧାନ ହୋଇ ଯିବ । ଚେଷ୍ଟା କରୁଥିବା କାମ ସକାଶେ ଆନୁଷଙ୍ଗିକ ସୁବିଧା ସୁଯୋଗ ସହକର୍ମୀଙ୍କ ଠାରୁ ପାଇପାରିବେ। ସାହିତ୍ୟ, କଳା ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତ ହେବେ ।

ତୁଳା
ପାରିବାରିକ ଜୀବନ ସୁଖପ୍ରଦାନ କରିବ । କର୍ମକ୍ଷେତ୍ରରେ ସାମୟିକ ବିଚଳିତ ଅନୁଭବ କରିବେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ।

ବିଛା
ଆଜି ଆପଣଙ୍କ ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିବା ସହ ଆଶା ଓ ଅଭିଳାଷ ପୂରଣ ହେବ। ପୂର୍ବ ସ୍ଥିରୀକୃତ ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସାମୂହିକ ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହେବେ।

ଧନୁ
ସନ୍ଦେହ ଓ ଭୁଲ୍‌ ବୁଝାମଣା ଜନିତ କୌଣସି ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସାଂସ୍କୃତିକ ଉତ୍ସବ ନିମନ୍ତେ ଅନୁରୋଧପତ୍ର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ବ୍ୟବସାୟରୁ ଲାଭବାନ ହେବେ। କୌଣସି ଶୁଭଖବର ପାଇଁ ମନ ଆନନ୍ଦିତ ହେବେ ।

ମକର
ଯାତ୍ରା ସମୟରେ ସତର୍କତା ଅଭାବରୁ ଆଘାତ ଲାଗିବାର ସୂଚନା ରହିଛି। କୌଣସି ଅଜଣା ଲୋକ ଦ୍ୱାରା ତର୍କବିତର୍କ କିମ୍ବା ହଇରାଣ ହରକତ ହେବାକୁ ପଡିପାରେ। ବ୍ୟବସାୟିକ ଦୃଷ୍ଟିକୋଣରୁ କିମ୍ବା ନୂତନ କର୍ମାରମ୍ଭ ସକାଶେ ଦିନଟି ବହୁତ ଭଲ।

କୁମ୍ଭ
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଯୁକ୍ତିତର୍କ କରି ପରିଶେଷରେ ଅପଦସ୍ଥ କିମ୍ବା ଅସମ୍ମାନିତ ହୋଇପାରନ୍ତି। ପାରିବାରିକ ସ୍ତରରେ ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ ।

ମୀନ
କୌଣସି ନୂତନ କାର୍ଯ୍ୟ ହାତକୁ ନେବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟର ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ
ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟିବ । ମହିଳାମାନେ ପ୍ରଶଂସନୀୟ ହେବେ । ବିବାଦୀୟ ଘଟଣାରେ ନୀରବ ରୁହନ୍ତୁ।

Leave A Reply

Your email address will not be published.