କଟକ: ରାଜ୍ୟସ୍ତରୀୟ ୬୦ତମ ପୋଲିସ ସହିତ ସ୍ମୃତି ଦିବସ ସୋମବାର ଦିନ କଟକଠାରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମୁଖ୍ୟାଳୟଠାରେ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟ ମୁଖ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଆରକ୍ଷୀ ବିଭାଗରେ ସହିଦ ହୋଇଥିବା ଯବାନମାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ବୀର ସହିଦ ମାନଙ୍କ ପ୍ରତି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ ଆରକ୍ଷୀ ବାହିନୀ ତରଫରୁ ଶୋକଶସ୍ତ୍ର, ସଲାମୀଶସ୍ତ୍ର ଏବଂ ତୋପ ସଲାମୀ ପ୍ରଦର୍ଶନ କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଚଳିତବର୍ଷ ସମଗ୍ର ଦେଶରେ ବିଭିନ୍ନ ଆରକ୍ଷୀ ବିଭାଗରେ ସର୍ବମୋଟ ୨୯୨ ଜଣ ଯବାନ ପ୍ରାଣବଳୀ ଦେଇ ସହିଦ ହୋଇଛନ୍ତି । ତନ୍ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୨, ଅରୁଣାଚଳ ପ୍ରଦେଶରୁ ୩, ବିହାରରୁ ୭, ଛତିଶଗଡ଼ରୁ ୧୪, ଦିଲ୍ଲୀରୁ ୧୦, ହରିୟାଣାରୁ ୩, ହିମାଚଳ ପ୍ରଦେଶରୁ ୧, ଜମ୍ମୁ ଓ କାଶ୍ମୀରରୁ ୨୪, ଝାଡ଼ଖଣ୍ଡରୁ ୫, କର୍ଣ୍ଣାଟକରୁ ୧୨, ମଧ୍ୟପ୍ରଦେଶରୁ ୨, ମହାରାଷ୍ଟ୍ରରୁ ୨୦, ମଣିପୁରରୁ ୨, ରାଜସ୍ଥାନରୁ ୧୦, ସିକିମରୁ ୧, ତ୍ରିପୁରାରୁ ୧, ଉତ୍ତରପ୍ରଦେଶରୁ ୫, ଉତ୍ତରାଖଣ୍ଡରୁ ୧, ପଶ୍ଚିମବଙ୍ଗରୁ ୭ ଜଣ ସହିଦ ହୋଇଛନ୍ତି ।
ସେହିପରି ଆସାମ ରାଇଫଲ୍ସରୁ ୩, ବିଏସଏଫରୁ ୪୧, ସିଆଇଏସଏଫରୁ ୬, ସିଆରପିଏଫରୁ ୬୭, ଆଇଟିବିପିରୁ ୨୩, ଏନଡ଼ିଆରଏଫରୁ ୪, ଆରପିଏଫରୁ ୧୧ ଏବଂ ଏସଏସବିରୁ ୫ ଜଣ ସହିଦ ହୋଇଛନ୍ତି । ଓଡ଼ିଶାରୁ ଦୁଇଜଣ ଆରକ୍ଷୀ କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣବଳୀ ଦେଇଛନ୍ତି । ସେମାନେ ହେଲେ ହାବିଲଦାର ମେଜର୍ ସୁଜିତ କୁମାର ମିଞ୍ଜ ଏବଂ ଜୟରାମ କବାଶି ।
60th State Level #PoliceCommemorationDay was observed at State Police Hdqr., Cuttack. Tributes were paid to the martyred Police personnel. Family members of some martyrs were invited on the occasion & felicitated. #SaluteToPoliceMartyrs #RealHeroes #KhakiUniform @BijayKumarShar7 pic.twitter.com/6KU6ipW6s2
— Odisha Police (@odisha_police) October 21, 2019
ଏହି ଅବସରରେ ମୁଖ୍ୟ ଅତିଥି ଡ଼ିଜିପି ଶ୍ରୀ ଶର୍ମା ୧୦ ଜଣ ସହିଦ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଦିତ କରିବା ସହିତ ସେମାନଙ୍କ ଅଭାବ ଅସୁବିଧା କଥା ପଚାରି ବୁଝିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୫୯ ମସିହା ଆଜିର ଦିନରେ ଚୀନ ସୈନିକଙ୍କ ଆକ୍ରମଣରେ ଲଦାଖ ଅଞ୍ଚଳରେ କର୍ତ୍ତବ୍ୟରତ ୧୦ ଜଣ ଭାରତୀୟ ଯବାନ ପ୍ରାଣବଳୀ ଦେଇଥିଲେ । ସେମାନଙ୍କ ସ୍ମୃତିରେ ସାରା ଦେଶରେ ଅକ୍ଟୋବର ୨୧ ତାରିଖକୁ ପୋଲିସ ସହିଦ ଦିବସ ରୂପେ ପାଳନ କରାଯାଇ ଆସୁଛି ।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ରହି ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Comments are closed.