Latest Odisha News

BREAKING NEWS

ମତଦାନ ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କଂଗ୍ରେସର ଦିଲୀପ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଜାରି ରହିଥିବା ବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ ଓ କଂଗ୍ରେସର ଦିଲୀପ ପଣ୍ଡା ।

ପ୍ରାୟ ୨ ବର୍ଷ ମଧ୍ୟରେ ବିଜେପୁରରେ ୩ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ବୁଥ ନିକଟରେ ଭୋଟ୍ ଦେବା ପାଇଁ ମତଦାତା ମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଏପରିକି ଉପ-ନିର୍ବାଚନରେ ପରସ୍ପରକୁ ଟକ୍କର ଦେଉଥିବା ୨ ପ୍ରାର୍ଥୀ ରୀତା ସାହୁ ଓ ଦିଲୀପ ପଣ୍ଡା ମଧ୍ୟ ନିଜନିଜ ବୁଥରେ ଭୋଟ୍ ଦେଇଛନ୍ତି ।

ଅପରପକ୍ଷରେ ନିର୍ବାଚନ କମିଶନଙ୍କ ସୂଚନାନୁଯାୟୀ ଆଜି ସକାଳ ୯ଟା ସୁଦ୍ଧା ପ୍ରାୟ ୧୧ ପ୍ରତିଶତ ମତଦାନ ହୋଇଥିଲା ।

ଅଧିକ ପଢନ୍ତୁ: ବିଜେପୁର ଉପ ନିର୍ବାଚନ: ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଜାରି

ଉଲ୍ଲେଖଯୋଗ୍ୟ, ଏହି ଭୋଟ୍ ଗ୍ରହଣ ପ୍ରାୟ ୨୮୫ ମତଦାନ କେନ୍ଦ୍ରରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ଚାଲିବ । ବିଜେପୁର ଉପ ନିର୍ବାଚନ ଲାଗି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ପାଖାପାଖି ୨ ଲକ୍ଷ ୩୨ ହଜାରରୁ ଉଦ୍ଧ୍ୱର୍ ଭୋଟର୍ ।

Leave A Reply

Your email address will not be published.