Latest Odisha News

ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ମାଲକାନଗିରିର ଗୋଟିଏ ପରିବାର

ମାଲକାନଗିରି: ମାଓବାଦୀ ଭୟରେ ନିଜର ପୈତୃକ ଗ୍ରାମ ଛାଡିଛନ୍ତି ମାଲକାନଗିରିର ଗୋଟିଏ ଆଦିବାସୀ ପରିବାର । ଡାବୁଗୁଡା ଗ୍ରାମରେ ବାସ କରୁଥିବା ଏହି ପରିବାରର ୧୩ ଜଣ ସଦସ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗାଁ ଛାଡିଛନ୍ତି ।

ଏନେଇ ମୁଦୁଲିପଡା ଥାନାରେ ଏତଲା ଦେବା ପରେ ସେମାନେ ମାଲକାନଗିରି ଏସପି ହୃଷିକେଶ ଜ୍ଞାନଦେବ ଖିଲାରୀଙ୍କୁ ଭେଟିବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ଅନୁରୋଧ କରିଛନ୍ତି ।

ଆହୁରି ମଧ୍ୟ ଡାବୁଗୁଡାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ମାଓବାଦୀ କମାଣ୍ଡର ରାକେଶର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ମାଓବାଦୀମାନେ ଏକ ପ୍ରଜାକୋର୍ଟରେ ଏହି ପରିବାରର ସମସ୍ତ ସଦସ୍ୟଙ୍କୁ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ସେମାନେ ଏସପିଙ୍କୁ ସୂଚନା ଦେଇ କହିଛନ୍ତି ।

ଏପରିକି ମାଓବାଦୀ ଭୟରେ ପୂର୍ବରୁ ୧୦୦ରୁ ଅଧିକ ଲୋକ ଗାଁ ଛାଡି ଚାଲିଯାଇଥିବା ନେଇ ଉକ୍ତ ପରିବାରର ସଦସ୍ୟମାନେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.