Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ୬୧ ବିଜେପି ବିଧାୟକଙ୍କୁ ମିଳିଲା X କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବୃଦ୍ଧି ପାଉଥିବା ନିର୍ବାଚନୀ ହିଂସାକୁ ନେଇ ଗୃହ ମନ୍ତ୍ରଣାଳୟର ପଦକ୍ଷେପ । ୬୧ ଜଣ ବିଜେପି ବିଧାୟକଙ୍କୁ X କାଟାଗୋରୀର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗର ୬୧ ଜଣ ବିଜେପି ବିଧାୟକଙ୍କୁ ସିଆଇଏସଏଫ ଯବାନ ସୁରକ୍ଷା ଦେବେ ।

ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଲଗାତର ଭାବେ ବୃଦ୍ଧି ପାଉଛି ରାଜନୈତିକ ହିଂସା । ଟିଏମସି ଓ ବିଜେପି ନେତାଙ୍କ ଉପରେ ଆକ୍ରମଣ ତେଜିବାରେ ଲାଗିଛି । ଯାହାକୁ ନେଇ ଏବେ ବିଜେପିର ୬୧ ଜଣ ନେତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି ଗୃହ ମନ୍ତ୍ରଣାଳୟ । ଏହା ପୂର୍ବରୁ ବିଜେପିର ଅନେକ ନେତାଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି । ତେବେ ନିର୍ବାଚନ ବିଜେପିର ସମସ୍ତ ୭୭ ଜଣ ବିଧାୟକଙ୍କୁ ସୁରକ୍ଷା ଯୋଗାଇଛି ଗୃହ ମନ୍ତ୍ରଣାଳୟ । ଏପରିକି ଶୁଭେନ୍ଦୁ ଅଧିକାରୀଙ୍କୁ ପୂର୍ବରୁ Z କାଟାଗୋରୀ ସିଆରପିଏଫ ପକ୍ଷରୁ ସୁରକ୍ଷା ଦିଆଯାଇଛି ।

Leave A Reply

Your email address will not be published.