ଭୁବନେଶ୍ୱର:ନିରବୀ ଯାଇଛି ନିହଣ ସ୍ୱର । ନିରବୀ ଯାଇଛି ସେଇ ନିହଣ ଧରି ଜୀବନ୍ତ କରି ଗଢି ତୋଳୁଥିବା ସ୍ଥପତିର କାରିଗର । ଆଉ ଶୁଭିବ ନାହିଁ ନିହଣ ଶଦ୍ଦ । ଜୀବନ ଯୁଦ୍ଧରେ ହାରିଯାଇଛି ଲଢୁଆ ଶିଳ୍ପୀ । କରୋନା ଲଢେଇରେ ହାର୍ ମାନି ଯାଇଛନ୍ତି ଦ୍ୱିତୀୟ କୋଣାର୍କର ସ୍ୱପ୍ନ ଦେଖିଥିବା ସେହି ଶିଳ୍ପୀ ରଘୁନାଥ ମହାପାତ୍ର । ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ଶିଳ୍ପର ସ୍ରଷ୍ଟା । ୧୯୪୩ ମସିହା ମାର୍ଚ୍ଚ ୨୪ରେ ପୁରୀ ପଥୁରିଆ ସାହିରେ ତାଙ୍କର ଜନ୍ମ । ବହୁ ଶ୍ରଦ୍ଧାରେ ବାପାମା’ ତାଙ୍କ ନାଁ ରଖିଥିଲେ ରଘୁନାଥ । ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାଟି ବେଳରୁ ଜଣାପଡିଥିଲା ତାଙ୍କ କୃତି । ମାତ୍ର ୨୨ବର୍ଷ ବୟସରେ ତାଙ୍କୁ ମିଳିଥିଲା ରାଷ୍ଟ୍ରୀୟ ସ୍ଥାପତ୍ୟ କଳା ସମ୍ମାନ । ତାଙ୍କର ସ୍ଥପତି ପାଇଁ ୧୯୭୬ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ତା ପରେ ପଛକୁ ଆଉ ଫେରି ଚାହିଁନଥିଲେ ରଘୁନାଥ । ନିଜ ଶିଳ୍ପ କଳାକୁ ନେଇ ଦେଶ ବିଦେଶରେ ପହଞ୍ଚାଇ ପାରିଥିଲେ । କହିବାକୁ ଗଲେ ଯେମିତି ତାଙ୍କୁ ଆଉ ଫୁରସତ୍ ହିଁ ନଥିଲା ।
ରଘୁନାଥ କେବଳ ପଥରର ଯାଦୁଗର ନଥିଲେ । ବାସ୍ତୁକଳା ସହିିତ ପାରମ୍ପରିକ ମୂର୍ତ୍ତି କଳାରେ ଥିଲା ତାଙ୍କର ଅଗାଧ ଜ୍ଞାନ । ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ହାତ ତିଆରି କଳାକୃତି ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକର୍ଷିତ କରିଥାଏ । ପ୍ୟାରିସ ବୁଦ୍ଧ ମନ୍ଦିରରେ ତାଙ୍କ ହାତ ତିଆରି ମୂ ର୍ତ୍ତି ତାଙ୍କୁ ସ୍ଥାପତ୍ୟ କଳାରେ ଅମର କରି ରଖିଛି । ନିଜ ଜନ୍ମ ସ୍ଥାନ ପୁରୀ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସଂରକ୍ଷଣ ଦିଗରେ ମଧ୍ୟ ସେ ଅନେକ କାର୍ଯ୍ୟ କରିଛନ୍ତି । ଦ୍ୱିତୀୟ କୋଣାର୍କ ମନ୍ଦିରର ପରିକଳ୍ପନା କରିଥିବା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ୨୦୧୮ ଜୁଲାଇ ୧୪ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।
ରଘୁନାଥଙ୍କ ପ୍ରତିଭାକୁ ମିଳିଛି ଶୀର୍ଷରେ ସଫଳତା । ଆଉ ଏତେ ସଫଳତା ସାଉଁଟିଲେ ବି ଜୀବ ଜନ୍ତୁଙ୍କ ପାଇଁ ଅହେତୁକ ଦୁର୍ବଳତା ରହିଛି । ନିଜ ଘରେ ରଖିଛନ୍ତି ଦେଢ ହଜାରରୁ ଅଧିକ ଭଳିକିଭଳି ପାରା । ଏଠି ବସା ଆଉ ଖାଇବା ପିଇବା ସବୁକିଛି । ଏଗୁଡିକ ବୁଲିଯାନ୍ତି ଖୋଲା ଆକାଶକୁ । ଆଉ ପୁଣି ଫେରିଆସନ୍ତି ତାଙ୍କର ସେହି ବସାକୁ । ପଥର ଦେହରେ ପ୍ରାଣ ଭରୁଥିବା ଶିଳ୍ପୀଙ୍କର ଏହି ନିଆରା ପ୍ରେମ ହେଉଛି ପାରା । ଖାଲି ସେତିକି ନୁହେଁ ବିଦେଶକୁ ଗଲେ ମଧ୍ୟ ସାଙ୍ଗରେ ନେଇ ଆସନ୍ତି ବିଭିନ୍ନ କିସମର ପାରା ସବୁ । ପିଲା ବେଳରୁ ରହିଛି ତାଙ୍କର ଏହି ସଉକ ।
ଆଜି ସେ ନାହାନ୍ତି ସତ । ହେଲେ ତାଙ୍କର ଭଲ ପାଇବା କଳା ସ୍ଥପତି ଆଉ ପ୍ରତିଷ୍ଠା ଯେମିତି ତାଙ୍କୁ ଜୀବନ୍ତ କରି ରଖିଛି । କହିବାକୁ ଗଲେ ରଘୁନାଥ ପାଇଥିବା ସମ୍ମାନ ଓ ପୁରସ୍କାର ତାଙ୍କର କଳା ସ୍ଥପତି କ୍ଷେତ୍ରରେ ବହୁତ ସାମାନ୍ୟ । ତାଙ୍କର ହଠାତ ଏମିତି ଅସମୟରେ ବିୟୋଗ ଶିଳ୍ପ ଦରବାରରେ ଏକ ଅପୂରଣୀକ୍ଷ କ୍ଷତି କହିଲେ ଚଳେ ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.