Latest Odisha News

BREAKING NEWS

ଆଣିଥିଲି ଘୋଡା, ଦେଇପାରୁନି ଭଡା !

ଅନୁଗୁଳ: ବାହାରେ ଘୁରିବୁଲୁଥିବା ଜୀବଜନ୍ତୁଙ୍କ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୬୦ ଲକ୍ଷ ଟଙ୍କାର ସହାୟତା ରାଶି । ରାଜ୍ୟ ସରକାରଙ୍କୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ମିଳିଛି ଭୁରିଭୁରି ପ୍ରଶଂସା । ହେଲେ ଏହାରି ଭିତରେ ଏକ ଖବର ଅନେକ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ଜଣେ ବ୍ୟକ୍ତି ନିଜ ପୋଷା ଘୋଡାର ଲାଳନପାଳନ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଅନୁଗୁଳ ରଙ୍ଗମାଟିଆ ଗାଁର ଅଟୋ ଚାଳକ ଚିଣ୍ଟୁ ମହାପାତ୍ର । ସରକାରଙ୍କ ନିକଟରେ କରିଛନ୍ତି ଏକ ଅଦ୍ଭୁତ ନିବେଦନ । ପିଲାଦିନୁ ଘୋଡା ପ୍ରତି ଦୁର୍ବଳତା ଆଜି ତାଙ୍କ ସମସ୍ୟା ଭାବେ ଛିଡା ହୋଇଛି । ସଉକ ମେଣ୍ଟାଇବାକୁ ଚିଣ୍ଟୁ ୨ ବର୍ଷ ତଳେ ୫୦ ହଜାର ଟଙ୍କା ଦେଇ ଏକ ଘୋଡା କିଣିଥିଲେ । ଏହାରି ମଧ୍ୟରେ ଘୋଡାର ଲାଳନପାଳନ ପାଇଁ ସେ ଖର୍ଚ୍ଚ କରିଛନ୍ତି ୪୦ ହଜାର ଟଙ୍କା ।

ତେବେ ବର୍ତ୍ତମାନ ସ୍ଥିତିରେ ଘୋଡାକୁ ଖାଦ୍ୟ ଯୋଗାଇବା କିମ୍ବା ଔଷଧ ଖର୍ଚ୍ଚ ତୁଲାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଲକଡାଉନ୍ ପାଇଁ ବନ୍ଦ ପଡିଛି ତାଙ୍କ ଅଟୋ, ଅନ୍ୟ ରୋଜଗାର ବି କିଛି ନାହିଁ । ଏପରି ସ୍ଥିତିରେ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିଜ ଘୋଡାକୁ ସେ ରାଜ୍ୟ ସରକାରଙ୍କୁ ଦେବା ସହ ପ୍ରତି ବଦଳରେ କିଛିଟା ସହାୟତା ଆଶା କରୁଛନ୍ତି । ଅଟୋ ଚାଳକ ଚିଣ୍ଟୁଙ୍କ ଏହି ଅଦ୍ଭୁତ ନିବେଦନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.