Latest Odisha News

BREAKING NEWS

ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।  ଏହି ଅବସରରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଓଡ଼ିଶାର ୧୩ ଜଣ ଦିବଂଗତ ଚିତ୍ରଶିଳ୍ପୀଙ୍କ ତୈଳଚିତ୍ର ପ୍ରଦର୍ଶିତ କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ପୌରହିତ୍ୟରେ ଏହି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଓ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏକାଡେମୀର ଏପରି ଏକ ନିଆରା ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା।

Leave A Reply

Your email address will not be published.