ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଶୁକ୍ରବାର ଦିନ ୬୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ପଜିଟିଭ ସଂଖ୍ୟା ୬୧୬ରେ ଛୁଇଁଛି ।
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।
Out of 62 cases reported, 2 are at BBSR COVID Hospital, 12 are COVID Warriors, One local contact at Kuarmunda, 34 are contacts of previous positives and 13 are returnees from outside district. The details are given below. All are shifted to COVID Care Centres and COVID Hospital https://t.co/IaLci7ANkM pic.twitter.com/DCpjuAaSd9
— Collector and DM, Sundargarh (@DMSundargarh) July 10, 2020
ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରେ ୨ଜଣ ଭୁବନେଶ୍ୱର କୋଭିଡ ହସ୍ପିଟାଲ, ୧୨ କରୋନା ଯୋଦ୍ଧା, କୁଆଁରମୁଣ୍ଡାରୁ ଗୋଟିଏ ଲୋକାଲ୍ କେସ୍, ୧୩ ଅନ୍ୟ ଜିଲ୍ଲାରୁ ଫେରିଥିବା ବେଳେ ୩୪ ଜଣ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ।
ତେବେ ସମସ୍ତ ରୋଗୀଙ୍କୁ କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ- ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ
Comments are closed.