Latest Odisha News

୬୩ ବର୍ଷରେ ଅନୀଲ କାପୁରଙ୍କ ଆକର୍ଷଣୀୟ ଫିଗର, ଲକ ଡାଉନର ପୁରା ଫାଇଦା ଉଠାଇଲେ

ମୁମ୍ବାଇ: କରୋନା ଭାଇରସ ନେଇ ସାରା ଦେଶରେ ଲକଡାଉନ ନିୟମ ଲାଗୁ କରାଯାଇଛି । ତେବେ ଏହି ଲକଡାଉନର ପୁରା ଫାଇଦା ଉଠାଇଛନ୍ତି ମିଷ୍ଟର ଇଣ୍ଡିଆ ମାନେ ଅନୀଲ କାପୁର । ଏହି ସମୟ ମଧ୍ୟରେ ୬୩ ବର୍ଷୀୟ ଏହି ନାୟକ ନିଜ ଶରୀରକୁ ଏକ ନୂଆ ଲୁକ୍ ଦେଇଛନ୍ତି । ତାଙ୍କ ସୁଦୃଢ଼ ମାଂସପେଶୀ ଦେଖି କେହି କେବେ ତାଙ୍କୁ ବୟସ୍କ ବୋଲି ଭାବିବେ ନାହିଁ ।

ସବୁଠାରୁ ବଡ କଥା ଏଥିପାଇଁ ସେ କୌଣସି ଶକ୍ତିବର୍ଦ୍ଧକ ଔଷଧର ସାହାଯ୍ୟ ସେ ନେଇ ନ ଥିଲେ । ଦୀର୍ଘ ୬ ବର୍ଷ କଠିନ ପରିଶ୍ରମର ଫଳ ମୋତେ ମିଳିଛି ବୋଲି ସେ କହିଛନ୍ତି । ସୁନ୍ଦର ସ୍ୱାସ୍ଥ୍ୟ ଓ ସୁସ୍ଥ ଶରୀର ଆମକୁ ସବୁଥିରେ ଲଢ଼ିବାରେ ସହାୟ ହେବ ବୋଲି ଅନୀଲ କହିଛନ୍ତି ।

Comments are closed.