Latest Odisha News

BREAKING NEWS

ଦୁଇ କରୋନା ଯୋଦ୍ଧାଙ୍କ ସମେତ ସୁନ୍ଦରଗଡରୁ ୬୪ ନୂଆ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୬୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୬୨୧ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରାଉରକେଲା ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ କୁତ୍ରା ଅଞ୍ଚଳର ଦୁଇ ଜଣ କୋଭିଡ ଯୋଦ୍ଧା ରହିଛନ୍ତି ।

ଆହୁରି ମଧ୍ୟ ପ୍ରଶାସନ ପକ୍ଷରୁ ଉଭୟ ଆରଟି ପିସିଆର ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଉଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୬୭୦ କରୋନା ମାମଲା ରହିଥିବା ବେଳେ ୯୩୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୧୦ ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.