Latest Odisha News

BREAKING NEWS

ମନମୁଣ୍ଡାରୁ ୬୪୦ ବୋତଲ କଫ ସିରଫ ଜବତ, ଜଣେ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା  ନିକଟ ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ୬୪୦ ବୋତଲ କଫ ସିରଫ ଜବତ କରିଛି ପୋଲିସ । ଗାଡି ମଟର ପୋଲିସ  ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗ ର ସୁଇପ୍ଟ କାର ପୋଲିସ କୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡି କୁ ପିଛା କରି ଅଟକାଇ ଥିଲା। ଗାଡି ଟିକୁ ତନାଖି କରିବାରୁ ବିପୁଳ ପରିମାଣରେ କଫ ସିରଫ ଓ ଟାବ୍ଲେଟ ମିଳିଥିଲା ।

ପୋଲିସ କଫ ସିରଫ ର କାଗଜପତ୍ର ମାଗିବାରୁ ଗାଡିରେ ଥିବା ବଲାଙ୍ଗୀର ଜିଲ୍ଲା ମାଲପଡା ର ଜଗବନ୍ଧୁ ମେହେର [୩୩] ଦେଇପାରି ନ ଥିଲେ ।ତେବେ କଫ ସିରଫ ଗୁଡିକ ବେଆଇନ ଭାବରେ ଚାଲାଣ କରୁଥିବାରୁ ମନମୁଣ୍ଡା ପୋଲିସ ତରଫରୁ କେସ୍ ନଂ ୧୬୮୵୨୨ Act ୨୭୩,୨୭୪,୨୭୫, ରେ ମାମଲା ରୁଜୁ କରି କଫସିରବ ଓ ଗାଡି କୁ ଜବତ କରିବା ସହ ଜଗବନ୍ଧୁ ମେହେର ଙ୍କୁ କୋଟ ଚାଲାଣ କରିଥିବା ନେଇ ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି।

Comments are closed.