Latest Odisha News

ବିଷ ପିଇଥିବା ଆଇଟିଆଇ ଛାତ୍ରଙ୍କ ଏସସିବିରେ ମୃତ୍ୟୁ !

ଭଦ୍ରକ: ବିଷ ପିଇ ଗୁରୁତର ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ କଟକ ଏସ୍‌ସିବିରେ ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଆଇଟିଆଇ ଛାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଛାତ୍ର ତିହିଡ଼ି ଅଞ୍ଚଳର ଏକ ଘରୋଇ ଆଇଟିଆଇ ଛାତ୍ର ହୋଇଥିବା ବେଳେ ତାଙ୍କର ପରିବାର ଲୋକେ ରାଗିଂ ଯୋଗୁ ଛାତ୍ର ବିଷ ପିଇଥିବା ଅଭିଯୋଗ ଆଣିଥିଲେ ।

BjdElectrycity

ରାଗିଂ ସହି ନପାରି ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକ କଲେଜରୁ ଘରକୁ ଫେରିବା ପରେ ପରିବାର ଅଜଣାତରେ ସେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ପରବର୍ତ୍ତି ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.