Latest Odisha News

BREAKING NEWS

ଏସିଆ କପ ଫାଇନାଲ: ପାକିସ୍ତାନ ସମ୍ମୁଖରେ ୧୭୧ ରନର ଟାର୍ଗେଟ, ଭାନୁକାଙ୍କ ଚମତ୍କାର ଅର୍ଦ୍ଧଶତକ

ଦୁବାଇ: ଚଳିତ ଏସିଆ କପ କ୍ରିକେଟ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୭୧ ରନର ଟାର୍ଗେଟ ପାକିସ୍ତାନ ସମ୍ମୁଖରେ ରଖିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ବିଶେଷ କରି ଭାନୁକା ରାଜପାକ୍ଷେ ଚମତ୍କାର ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ସୁବିଧାଜନକ ସ୍ଥ୍‌ିତିରେ ପଂହଚାଇଛନ୍ତି । ଭାନୁକା ମାତ୍ର ୪୫ ବଲ ସାମ୍ନା କରି ୬ ଚୌକା ଓ ୩ ଛକା ସହାୟତାରେ ୭୧ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାନିଡୁ ହରସଙ୍ଗା ୩୬ ଓ ଧନଞ୍ଜୟ ସିଲଭର ୨୮ ରନ କରିଥିଲେ ।

ପାକିସ୍ତାନ ପକ୍ଷରୁ ହ୍ୟାରିଶ ରୌଫ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ନସୀମ ଶାହ, ଶଦାବ ଖାଁ ଓ ଇଫତିକାର ଅହମ୍ମଦ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଏକଦା ୫୮ ରନରେ ୫ଟି ୱିକେଟ ହରାଇ ଶ୍ରୀଲଙ୍କା ବିପଦରେ ପଡିଥିଲା । ମାତ୍ର ଭାନୁକା ଦଳର ଇନିଂସ ସମ୍ଭାଳିବା ସହ ଭଲ ସ୍କୋର କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପାକିସ୍ତାନ ବୋଲରମାନଙ୍କ ଶେଷ ଭାଗରେ ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନ ଥିଲା ।

Comments are closed.