ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୬୫ ଜଣ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇଛି।
03 cases in Khurdha
( 2 in quarantine centres, 1 WB, 1 Surat & 1 In home quarantine)31 cases in Jajpur
(All in quarantine centres, 30 WB returnees & 1 Jharkhand returnee)— I & PR Department, Odisha (@IPR_Odisha) May 16, 2020
ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା (୩), ଯାଜପୁର (୩୧), ଗଞ୍ଜାମ (୧୩), କେନ୍ଦ୍ରାପଡ଼ା (୪), ମୟୂରଭଞ୍ଜ (୨), କଟକ (୬), ପୁରୀ (୪), ନୟାଗଡ଼ (୨) ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଅଧିକ ପଢନ୍ତୁ- ବଢୁଛି ଚିନ୍ତା; ରାଜ୍ୟରେ ୭୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଏହାବ୍ୟତୀତ ସମସ୍ତ ୬୫ କରୋନା ପଜିଟିଭଙ୍କ ମଧ୍ୟରୁ ସୁରଟ ଫେରନ୍ତା, ପଶ୍ଚିମବଙ୍ଗ ଫେରନ୍ତା, ଝାଡ଼ଖଣ୍ଡ ଫେରନ୍ତା ଓ ଅହମ୍ମଦାବାଦ ଫେରନ୍ତା ବ୍ୟକ୍ତି ରହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ଜଣ ଆରୋଗ୍ୟ ଲାଭ କରିଛନ୍ତି।
Comments are closed.