Latest Odisha News

ଗ୍ଳାମରସ୍ ଲୁକ୍‌ରେ ରହିବାକୁ ପସନ୍ଦ କରନ୍ତି ବୃଦ୍ଧା : ଏବେ ତାଙ୍କୁ ଯିଏ ଦେଖୁଛି ସେ ହସୁଛି

ଏମିତି ଏକ ସମୟ ଆସେ ଜଣେ ବ୍ୟକ୍ତି ଦୁନିଆର ଆରାମ, ଆକର୍ଷଣ ଏବଂ ଚମକରୁ ନିଜକୁ ଦୂରେଇ ରଖେ ଏବଂ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରେ । ବାର୍ଦ୍ଧକ୍ୟ ଅବସ୍ଥାରେ ପ୍ରାୟ ଲୋକେ ଅଧିକାଂଶ ସମୟ ପୂଜାପାଠରେ ସମୟ ବିତାଇଥା’ନ୍ତି । ତଥାପି, କିଛି ଲୋକ ଅଛନ୍ତି ସେମାନେ କେବେ ନିଜକୁ ବାର୍ଦ୍ଧକ୍ୟ ଅବସ୍ଥାକୁ ଗଲେଣି ବୋଲି ଅନୁଭବ କରନ୍ତି ନାହିଁ । ଏଥିରେ କିଛି ଭୁଲ ନାହିଁ, କିନ୍ତୁ ବୋଧହୁଏ ସମାଜ ଏହାକୁ ଗ୍ରହଣ କରେ ନାହିଁ । କିନ୍ତୁ ଏମିତି ଜଣେ ଅଛନ୍ତି, ଯିଏ ବୃଦ୍ଧାବସ୍ଥାରେ ମଧ୍ୟ ଗ୍ଲାମରସ୍ ଲୁକ୍‌ରେ ରହିବାକୁ ପସନ୍ଦ କରନ୍ତି । ଏବେ ସୋସିଆଲ ମିଡ଼ିଆରେ ତାଙ୍କ ଫଟୋ ଓ ଭିଡ଼ିଓକୁ ଯିଏ ଦେଖୁଛି ଥଟ୍ଟା ପରିହାସ କରିବାକୁ ପଛାଉ ନାହିିଁ ।

ଏହି ୬୫ ବର୍ଷୀୟା ବୟସ୍କା ବୃଦ୍ଧା ଜଣକ ହେଲେ ଷ୍ଟେଫନି । ସେ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ । ପ୍ରତ୍ୟେକ ଦିନ ସେ ନିଜର ଫଟୋ ଓ ଭିଡ଼ିଓ ସେୟାର କରନ୍ତି । ସେ ବିକିନ୍‌ି ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି । ସବୁବେଳେ ଗ୍ଲାମରସ୍ ଡ଼୍ରେସ ପିନ୍ଧିବା ସହ ଫୁଲ ମେକ୍‌ଅପ୍‌ରେ ରୁହନ୍ତି । ସେ ଯେଉଁଁଠିକି ଯାଆନ୍ତି ଲୋକେ ତାଙ୍କ ବେଶଭୂଷା ଦେଖି ହସନ୍ତି । ଏହା ଜାଣୁଥିଲେ ବି ନିଜ ସଉକ୍‌ରେ ଡ଼୍ରେସ ପିନ୍ଧିବାକୁ ଭଲ ପାଆନ୍ତି ।
ତାଙ୍କର ଭିଡ଼ିଓ ଓ ଫଟୋ ଦେଖି ଅନେକ ଲୋକ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କ ଚେହେରାକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି । ଆଉ କିଛି ତାଙ୍କୁ ସମର୍ଥନ କରିବା ସହ ନିଜ ଜୀବନ ଅନୁସାରେ ଜିଇଁବାକୁୁ ପରାମର୍ଶ ମଧ୍ୟ ଦେଇଛନ୍ତି । କିନ୍ତୁ ଆହୁରି ଅନେକ ତାଙ୍କୁ ପରିହାସ କରନ୍ତି ଏବଂ ତାଙ୍କ ବୟସ ଅନୁଯାୟୀ ପୋଷାକ ପିନ୍ଧିବାକୁ ପରାମର୍ଶ ମଧ୍ୟ ଦିଅନ୍ତି । ଲୋକଙ୍କ ନକରାତ୍ମ ମନ୍ତବ୍ୟ ଦ୍ୱାରା ସେ ବହୁତ ଆଘାତ ପାଆନ୍ତି ବୋଲି କୁହନ୍ତି ।

Comments are closed.